ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଆଜି ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଯାଜପୁରରୁ ୪୬ ଜଣ, କଟକରୁ ୧୧ ଜଣ, ନୟାଗଡରୁ ୬ ଜଣ, ଗଞ୍ଜାମରୁ ୫ ଜଣ, ବାଲେଶ୍ୱରରୁ ୫ଜଣ, ଭଦ୍ରକରୁ ୩ ଜଣ, ପୁରୀରୁ ୩ ଜଣ , ଖୋର୍ଦ୍ଧାରୁ ୩ ଜଣ, କେନ୍ଦୁଝରରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ ଏବଂ ସୁନ୍ଦରଗଡରୁ ଜଣେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ଯାଜପୁରରୁ ଚିହ୍ନଟ ହୋଇଥିବା ୪୬ ଜଣଙ୍କ ମଧ୍ୟରୁ ୩୭ ଜଣ ପଶ୍ଚିମବଙ୍ଗରୁ, ଜଣେ ଲେଖାଏଁ ତେଲେଙ୍ଗାନା, ଚଣ୍ଡିଗଡ,ହରିୟାନାରୁ ଫେରିଥିବା ବେଳେ ୨ଜଣ ତାମିଲନାଡୁ ଓ ୪ ଜଣ ୟୁଏଇରୁ ଫେରିଛନ୍ତି । ସେହିପରି କଟକରୁ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗ, ୩ ଜଣ ଗୁଜୁରାଟ,୨ଜଣ ତେଲେଙ୍ଗାନା, ଜଣେ ତାମିଲନାଡୁ ଫେରନ୍ତା ଥିବା ବେଳେ ଜଣେ ସ୍ଥାନୀୟ ବାସୀନ୍ଦା । ସେହିଭଲି ନୟାଗଡରୁ ଚିହ୍ନଟ ହୋଇଥିବା ସମସ୍ତ ୬ ଜଣ ସୁରଟରୁ ଫେରିଥିଲେ । ସେହିପରି ଗଞ୍ଜାମରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୨ ଜଣ ସୁରଟରୁ, ଜଣେ ତାମିଲନାଡୁ ଓ ୨ ଜଣ ସ୍ଥାନୀୟ ବାସିନ୍ଦା ।
Total Positive Cases till 9 am: 1189
Active Cases: 789
New Cases: 8603 cases in Keonjhar
(All in quarantine centres. West Bengal returnees)03 cases in Puri
(All in quarantine centres. 1 Gujarat & 2 WB returnees)— I & PR Department, Odisha (@IPR_Odisha) May 22, 2020
ବଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୪ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ତାମିଲନାଡୁରୁ ଫେରିଛନ୍ତି । ଭଦ୍ରକରୁ ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରୁ ସମସ୍ତ ମହାରାଷ୍ଟ୍ରରୁ ଫେରିଛନ୍ତି । ପୁରୀରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଜଣେ ଗୁଜୁରାଟରୁ ଫେରିଛନ୍ତି । ଖେର୍ଦ୍ଧାରୁ ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ୨ଜଣ ସ୍ଥନୀୟ ବାସୀନ୍ଦା । କେନ୍ଦୁଝରରୁ ଚିହ୍ନଟ ହୋଇଥିବା ସମସ୍ତ ୩ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିଲେ । ସୁନ୍ଦରଗଡରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ସ୍ଥାନୀୟ ବସୀନ୍ଦା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନଙ୍କ ସଂଖ୍ୟା୧୧୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Total Positive Cases till 9 am: 1189
Active Cases: 789
New Cases: 8603 cases in Keonjhar
(All in quarantine centres. West Bengal returnees)03 cases in Puri
(All in quarantine centres. 1 Gujarat & 2 WB returnees)— I & PR Department, Odisha (@IPR_Odisha) May 22, 2020