ଭୂବନେଶ୍ୱର(ଏଟିଆର ବ୍ୟୁରୋ):ନବରଙ୍ଗ ପୁର ଜିଲ୍ଲାର ଉମରକୋଟ ତାଲାପଦର ଗାଁ ପାଖରେ ନିର୍ମାଣ କରାଯାଇଥିବା ପୋଲ ଭୁଶୁଡି ପଡିଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ କର୍ମଚାରୀ ମହେନ୍ଦ୍ର ମାଲି ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି ।
ବ୍ରିଜ ନିର୍ମାଣ ପାଇଁ ନେଇଥିବା ଠିକାଦାର ଆଶିଷ ବିଶ୍ୱାଳ ଓ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଉଦ୍ଧାର କାର୍ଯ୍ୟର ତ୍ୱରାନିତ କରିବା ପାଇଁ ଘଟଣାସ୍ଥଳରେ ଅନୁଧ୍ୟାନ କରିବା ପାଇଁ ଜିଲ୍ଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରିଦର୍ଶନରେ ଥିବା ଇଆଇସି ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ପରିଦର୍ଶନ କରିବେ ।
ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ମହେନ୍ଦ୍ରଙ୍କ ଘର ରାଇଘର ବ୍ଲକ ଅଂଚଳରେ । ଓ ଗୁରୁତର ହୋଇଥିବା ପ୍ରକାଶ ଭୋଇ , ରକେଶ ଭୋଇ ଓ ସନ୍ତୋଷ ଭୋଇଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ତାନାନ୍ତରଣ କରାଯାଇଛି । କଣ୍ଟ୍ରାକ୍ଟର ଆସିତ କୁମାର ବିଶ୍ୱାଳ ବ୍ରିଜ କାମ ପାଇଁ ଦାୟିତ୍ୱ ନେଇଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ମିଶ୍ର ଓ ଏସ୍ପି ପ୍ର୍ରହଲାଦ ସହାଇ ମୀନା ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ହସ୍ପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବେ ।