ପୁରୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ପାଇଁ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ବନ୍ଦ ରହିଥିଲା । କିନ୍ତୁ ଏହି କାମକୁ ପୁର୍ନବାର ମେ ୨୯ରୁ ଆରମ୍ଭ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ ଜରିଆରେ ପୁରୀ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପୁର୍ନବାର କାମ ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନକ ନିର୍ଦ୍ଦେଶ ଦେଇଛନ୍ତି ।
ଖବରମୁତାବକ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ କାମ ଜାରି ରହିଥିଲେ । ଏହାଦ୍ୱାରା ଶ୍ରୀମନ୍ଦିରରୁ ୭୫ ମିଟର ପର୍ଯ୍ୟନ୍ତ ଯେଉଁ ମଠ ଥିଲା ତାହାକୁ ବି ଉଚ୍ଛେଦ କରାଯାଇଥିଲା । କିନ୍ତୁ କରୋନା ପାଇଁ କାମ ଅଧାରେ ଅଟକି ରହିଥିଲା । କିନ୍ତୁ ଆଗାମି ରଥଯାତ୍ରାକୁ ଦୃଷ୍ଟିରେ ରଖି ସୌନ୍ଦର୍ଯ୍ୟକରଣ କାମକୁ ପୁର୍ନବାର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।