ଭଦ୍ରକ(ଏଟିଆର ବ୍ୟୁରୋ): ଝଲସିବ ଭଦ୍ରକର ଅଧିଷ୍ଠାତ୍ରୀ ଦେବା ଭଦ୍ରକାଳୀଙ୍କ ପୀଠ । ଉନ୍ନତିକରଣ ପାଇଁ ଏକ କୋଟି ଟଙ୍କାର ଅନୁଦାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥପାଇଁ ଏବେ ଏହାର କାର୍ଯ୍ୟକାରିତା ଆରମ୍ଭ ହେବାକୁ ଯାଉଛି ।
ବୁଧବାର ପୀଠର ଶୁଭ ଶିଳାନ୍ୟାସ କରାଯାଇଛି । ପୀଠ ପାଇଁ ସ୍ୱତନ୍ତ୍ର ନକ୍ସା ଓ ଡିଜାଇନ ପ୍ରସ୍ତୁତ କରିବା ପରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲୀକ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଭଦ୍ରକର ସାଂସଦ, ଭଦ୍ରକ ଉପଜିଲ୍ଲାପାଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ଉପସ୍ଥିତ ଥିଲେ ।
ଏହି ଶକ୍ତି ପୀଠର ଚତୁଃପାଶ୍ୱର୍ରେ ଆଲୋକୀକରଣ, ମୁଖଶାଳା ନିର୍ମର୍ାଣ, ବେଢା ସୁଦୃଢକରଣ, ପାର୍କ ନିର୍ମଶ, ଅତିଥି ଭବନ ନିର୍ମାଣ କାର୍ଯ୍ୟ ଆଦି ଭଲ ଭାବେ କରାଯିବ ।