ପୁରୀ(ଏଟିଆର ବ୍ୟୁରୋ):ଆସନ୍ତା ୨୧ ତାରିଖରୁ ବିନା କୋଭିଡ ରିପୋର୍ଟ ନେଗେଟିଭ ସାର୍ଟିଫିକେଟରେ ଭକ୍ତମାନେ କରିପାରିବେ ଜଗା ଦର୍ଶନ । ଏନେଇ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସକାଳ ୭ ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିଛି ।
ପୁରୀବାସୀଙ୍କ ପାଇଁ ସକାଳ ୬ ଟାରୁ ୭ ଟା ସମୟ ମଧ୍ୟରେ ଦର୍ଶନ ବ୍ୟବସ୍ଥା ହେେଇଥିବା ବେଳେ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ସକାଳ ୭ ଟାରୁ ଆରମ୍ଭ ହେବ ଦର୍ଶନ । ଏଥିସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନ ବ୍ୟବସ୍ଥା ରହିଛି । ବର୍ତ୍ତମାନ ସଦ୍ଧା ପ୍ରାୟ ୬୫ ହଜାର ପୁରୀ ବାସିନ୍ଦା ଓ ପ୍ରାୟ ୧ ଲକ୍ଷ ୨୫ ହଜାର ସାଧାରଣ ଦର୍ଶନାର୍ଥୀ ଶ୍ରୀମନ୍ଦିରରେ ଦର୍ଶନ କରିଥିବା ସୂଚନା ଦିଆଯାଇଛି ।
ମହାପ୍ରସାଦ ମନ୍ଦିର ପରିସରରେ ସେବନ ଉପରେ କଟକଣା ଥିବାବେଳେ ଭକ୍ତମାନେ ମନ୍ଦିର ପରିସରରେ ଥିବା କୈାଣସି ମୂର୍ତ୍ତକୁ ସ୍ପର୍ଶ କରିପାରିବେ ନାହିଁ ।
ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।