ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜ୍ୟରେ ଖୁବ ଶୀଘ୍ର ହେବାକୁ ଯାଉଛି ଆଉ ଏକ ବିମାନ ବନ୍ଦର । ଭୁବନେଶ୍ୱର, ଝାରସୁଗୁଡା ପରେ ଏହି ବିମାନ ବନ୍ଦର ହେବାକୁ ଯାଉଛି ରାଉରକେଲାରେ । ଏନେଇ ଗ୍ରୀନ ସିଗ୍ନାଲ ମଧ୍ୟ ମିଳିସାରିଛି । ବେସାମରିକ ବିମାନ ଚଳାଚଳ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବିମାନବନ୍ଦର ଲାଗି ଡିଜିସିଏ ପକ୍ଷରୁ ଲାଇସେନ୍ସ ମଧ୍ୟ ମିଳିସାରିଛି ।
ଏହି ବିମାନବନ୍ଦର ହେଲେ ରାଜ୍ୟରେ ବିମାନ ଗମାନଗମନ ଲାଗି ଆହୁରି ସହଜ ଓ ସୁବିଧା ହେବ । ଅନେକ ଦିନ ହେବ ରାଉରକେଲାରେ ବିମାନବନ୍ଦର ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଥିଲା । ଯାହାର ଏବେ ଅନ୍ତ ଘଟିଛି । ସେପଟେ ଏହି ବିମାନବନ୍ଦର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବା ନେଇ ସୂଚନା ମିଳିଛି । ଡିଜିସିଏର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରାଉରକେଲା ବାସୀ । ଅନ୍ୟପଟେ ରାଉରକେଲାବାସୀ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏନେଇ ଧନ୍ୟବାଦ ଜଣାଇଛନ୍ତି ।