ବରଗଡ (ଏଟିଆର ବ୍ୟୁରୋ); ଉଦଘାଟିତ ହୋଇ ଯାଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ପାଇଁ ବରଗଡ ଚାଲିଯିବ ଦ୍ୱାପର ଯୁଗକୁ । ଚାଲିବ କଂସଙ୍କ ରାଜୁତି । କୂଷ୍ଣ ବଳରାମଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିବେ ଭକ୍ତ । ପ୍ରଥମ ଦିନରେ ମା ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ମୁକ୍ତାକାଶ ଧନୁଯାତ୍ରା । ଏହି ୧୧ ଦିନ ପାଇଁ ବରଗଡ ପାଲଟିବ ମଥୁରା ନଗରୀ । ଆମ୍ବପାଲି ପାଲଟିବ ଗୋପପୁର । ଜିରା ନଇ ପାଲଟିବ ଜମୁନା ନଇ । ଉଦଘାଟନୀ ସନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା ।
ପ୍ରଥମ ଦିନରେ ନନ୍ଦ ଏବଂ ଯଶୋଦାଙ୍କ ବିବାହ କାର୍ଯ୍ୟ ସମ୍ପାଦନ ହୋଇଛି । ଏବଂ ମହାରାଜା କଂସ ପିତା ବସୁଦେବଙ୍କୁ ଶାସନ ଗାଦିରୁ ଉଠାଇ ରାଜ୍ୟଭାର ଗ୍ରହଣ କରିଛନ୍ତି । କଂସଙ୍କ ଅଟ୍ଟହାସ୍ୟରେ କମ୍ପି ଉଠିଛି ମେଦିନୀ । ସୁନ୍ଦର ତ୍ୱରଣ ସାଙ୍ଗକୁ ସଜା ଯାଇଥିବା ରାଜ ପ୍ରାସାଦ ଦର୍ଶକଙ୍କ ମନ ମୋହିଛି । ତେବେ ଶୁକ୍ରବାର ସଂନ୍ଧ୍ୟାରେ ସାଂସ୍କୃତିକ ଶୋଭାଯାତ୍ରା ସହିତ ଆରମ୍ଭ ହୋଇଥିଲା ଧନୁଯାତ୍ରା ମହୋତ୍ସବ । ଏଥିରେ ୨୦ଟି ସାଂସ୍କୃତିକ ଦଳ ଗାନ୍ଧୀ ଛକରୁ ବାହାରି ମା ସମଲେଶ୍ୱରୀ ମନ୍ଦିର ପର୍ୟ୍ୟନ୍ତ ଯାଇଥିଲେ ।