ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ଆଜି ସକାଳୁ ସକାଳୁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ଭକ୍ତ ସମାଗମ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା କାହିଁକି ପାଳନ କରାଯାଏ ଧନୁ ସଂକ୍ରାନ୍ତି । ଓଡିଆ ମାସ ଅନୁସାରେ ପୌଷ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏହା ଡିସେମ୍ବର ଅଧାରେ ପଡିଥାଏ । ଆଜିଠାରୁ ଠିକ ଗୋଟିଏ ମାସ ପରେ ପଡେ ମକର ସଂକ୍ରାନ୍ତି । ସବୁଠାରୁ ବଡ କଥା ହେଉଛି । ଏହି ସଂକ୍ରାନ୍ତିର ଓଡିଶାର ଚାଷ ସହିତ ମଧ୍ୟ ନିବିଡ ସମ୍ପର୍କ ରହିଛି ।
କାରଣ ସାଧାରଣତ ଉପକୂଳ ଓଡିଶାରେ ମାର୍ଗଶୀର ମାସ ଠାରୁ ଧାନ କଟା ଆରମ୍ଭ ହୋଇଥାର । ତେଣୁ ପ୍ରଥମ ଅମଳ ଫସଲରେ ମୁଆଁ କରି ଭଗବାନଙ୍କୁ ଅର୍ପଣ କରିବା ପରମ୍ପରା ରହିଛି । ଧନୁ ସଂକ୍ରାନ୍ତିରେ ବିଶେଷ କରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଇଥାଏ । ପୁରାଣ କିମ୍ବଦନ୍ତୀ ଅନୁସାରେ ସୂର୍ଯ୍ୟ ଏହି ଦିନରେ ଧନୁ ରାଶିରେ ପ୍ରବେଶ କରିଥାନ୍ତି । ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ କୌଣସି ଶୁଭ କାର୍ଯ୍ୟ ହୋଇ ନଥାଏ । ବିଶେଷ କରି ବିବାହ ବ୍ରତ ଘର ପ୍ରତିଷ୍ଠା ଆଦି ହୋଇ ନଥାଏ । ସୂଚନାଯୋଗ୍ୟ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଯାଇଛି ।