ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ତେଲଦର ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର । ତେଲ ଦର ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କ ଦାୟୀତ୍ୱ । ଭ୍ୟାଟ ହ୍ରାସ କରନ୍ତୁ ରାଜ୍ୟ ସରକାର । ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଲ ଦର ଉପରୁ ରାଜ୍ୟ ସରକାର ଟିକସ ହ୍ରାସ କରିବା ଲାଗି ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ଏହା ମଧ୍ୟରେ ଦେଶର ଅନେକ ରାଜ୍ୟ ବର୍ଦ୍ଧିତ ତେଲ ଦର ଉପରୁ ଭ୍ୟାଟ ହ୍ରାସ କରିସାରିଥିବା ବେଳେ ଓଡିଶା ମଧ୍ୟ ଟିକସ ହ୍ରାସ କରିବା ଆବଶ୍ୟକ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ସେପଟେ ଗତ ଅକ୍ଟୋବର ମାସରେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ଆର୍ନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦର ବଢିଲେ ରାଜ୍ୟ ମାନେ ସିଧାସଳଖ ଲାଭବାନ ହେଉଛନ୍ତି । ୨୦୧୪ରେ ପେଟ୍ରୋଲ୍ ଓ ଡିଜେଲ୍ରୁ ରାଜ୍ୟ ୩ ହଜାର କୋଟି ଟଙ୍କାରୁ କମ୍ ପାଉଥିବା ବେଳେ ଏବେ ୭ ହଜାର କୋଟି ଟଙ୍କା ପାଉଛି । ତେଣୁ ରାଜ୍ୟରେ ତେଲ ଦର ହ୍ରାସ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଯଥାଶିଘ୍ର ତେଲ ଦର ଉପରୁ ରାଜ୍ୟ ସରକାର ଭ୍ୟାଟ ହ୍ରାସ କରନ୍ତୁ ବୋଲି ସେ କହିଛନ୍ତି । ଅନ୍ୟପଟେ ଦୁର୍ନୀତି ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ର ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।