ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ଏହି ଚିଠିରେ ଧର୍ମେନ୍ଦ୍ର ବିଦେଶରେ ପସି ହୋଇ ରହିଥିବା ଲୋକ ମାନଙ୍କୁ ରାଜ୍ୟକୁ ଫେରାଇଆଣିବାକୁ ଅନୁରୋଧ କରିଛନ୍ତି । ଦୁବାଇ , ମସ୍କଟ, ଦୋହା, କଲମ୍ବୋ, ବାହାରିନ ଓ ଲଣ୍ଡନରେ ଫସି ହୋଇ ରହିଥିବା ଲୋକଙ୍କୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଆଣିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।
ଏହା ସହ ସେ ଲୋଖିଛନ୍ତି ଯେ, କରୋନା ସମୟରେ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ବିଦେଶରେ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ, ଛାତ୍ର ଓ ପ୍ରଫେସନାଲମାନଙ୍କୁ ସ୍ବଦେଶ ଫେରାଇଆଣିବାକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ଜ୍ଝ ତେଣୁ ବିଦେଶରେ ଫସି ହୋଇ ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ମଧ୍ୟ ଫେରାଇ ଆଣିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।