ଭୁବନେଶ୍ୱର(ଏଟିଆ ବ୍ୟୁରୋ): ରାଜ୍ୟରେ ବନ୍ୟା ପରିସ୍ଥିତି ଚାଲିଥିବା ବେଳେ ଆଜି ବନ୍ୟା ଅଞ୍ଚଳର ସ୍ଥିତିକୁ ବୁଲି ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଶ ମାର୍ଗରୁ ଥାଇ ସେ ବନ୍ୟା ଅଞ୍ଚଳ ଦେଖିଥିଲେ । ଏହି ସମୟରେ ତାଙ୍କ ସହ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା, ବଳାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ ଉପସ୍ଥିତ ଥିଲେ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କଳାହାଣ୍ଡି ଜିଲ୍ଲାର ଜୁନାଗଡ, ଗୋଲମୁଣ୍ଡା,କାର୍ଲାମୁଣ୍ଡା,ଏମ୍ ରାମପୁର ବୌଦ୍ଧ ଜିଲ୍ଲାର କଣ୍ଟାମାଲ, ସୋନପୁର ଜିଲ୍ଲାର ତରଭା ବ୍ଲକର ଓ ତରଭା ଏନଏସି, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ, ବଲାଙ୍ଗୀର ଟାଉନ୍ ଓ ଦେଓଗାଁ ବ୍ଲକ ବୁଲି ଦେଖିଥିଲେ ।
ଲଘୁଚାପ ଜନିତ ବର୍ଷା ଯୋଗୁ ବଲାଙ୍ଗୀର ଜିଲ୍ଲାରେ ବନ୍ୟା ପରିସ୍ଥିତି ଲାଗିରହିଛି । ଯୁଗ୍ମ ରିଲିଫ କମିସନଙ୍କ ସୂଚନା ଅନୁଯାଇ ବର୍ତ୍ତମାନ ବଲାଙ୍ଗୀରରେ ୫୬ଟି କ୍ୟାମ୍ଫରେ ୧୯ହଜାର ଲୋକଙ୍କୁ ରଖାଯାଇଛି । ସୁବର୍ଣ୍ଣପୁର ଅଞ୍ଚଳରେ ୩,୯୦୦ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି ।