ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଧୀରେ ଧୀରେ ସବୁ କିଛି ଟ୍ରାକକୁ ଫେରୁଛି । ପର୍ଯ୍ୟଟନ ସ୍ଥଳୀ ଗୁଡିକ ଖୋଲିବା ଆରମ୍ଭ କରିଛି । ସେହିଅନୁଯାୟୀ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଧଉଳି ଶାନ୍ତିସ୍ତୂପ । ପୁଣି ଥରେ ପୂର୍ବ ଭଳି ଚଳଚଞ୍ଚଳ ହୋଇ ଉଠିବ ଧଉଳି । ପର୍ଯ୍ୟଟକ ନେଇ ପାରିବେ ଲାଇଟ ସାଉଣ୍ଡର ମଜା ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୫ ମାସ ହେବ ବନ୍ଦ ରହିଥିଲା ଧଉଳି । ପ୍ରଶାସନର ଅନୁମତି ପରେ ଆଜି ଦିନ ୧୦ ଟାରୁ ଖୋଲିଛି ଧଉଳି । ପର୍ଯ୍ୟଟକମାନେ ଧୀରେ ଧୀରେ ଆସିବା ଆରମ୍ଭ କରିଛନ୍ତି । କିନ୍ତୁ ବୁଲିଲା ସମୟରେ ପର୍ଯ୍ୟଟକଙ୍କୁ ସମସ୍ତ କୋଭିଡ ଗାଇଡଲାଇନ୍ ପାଳନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।