ଢ଼େଙ୍କାନାଳ (ଏଟିଆର ବ୍ୟୁରୋ) : ପୁଲିସ କବଜାରେ ଢ଼େଙ୍କାନାଳ ସେଲଟର ହୋମର ଇନଚାର୍ଜ ସୀମାଂଚଳ ନାୟକ ଓ ଏମଡି ଫୟାଜ ରେହମନ । ଯୌନ ନିର୍ଯ୍ୟାତନା ଓ ଶାରିରୀକ ଶୋଷଣ ଅଭିଯୋଗ ଆସିବା ପରେ ଉଭୟଙ୍କୁ ହେପାଜତକୁ ନେଇ ପଚରାଉଚୁରା ଚଳାଇଛି ପୁଲିସ । ଏହାସହ ଅଭିଯୋଗ ସବୁର ତଦନ୍ତ କରୁଛି ୫ଜଣିଆ ଟିମ । ଢ଼େଙ୍କାନାଳର ବେଲଟିଗିରି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ସେଲଟର ହୋମରେ ନାବାଳିକା ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇ ଆସୁଥିଲା ।
ସଂସ୍ଥାର ମୁଖ୍ୟ ଫୟାଜ ରେହମନ ଅନ୍ତେବାସୀମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ଚୁମ୍ବନ ଦେଉଥିବା ଅଭିଯୋଗ ପରେ ପୁଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି । ଏପରିକି ତାଙ୍କ ସହ ବିଦେଶୀମାନେ ମଧ୍ୟ ସେଲଟର ହୋମ ଆସି ଝିଅମାନଙ୍କୁ ଚୁମ୍ବନ ଦେଉଥିବା ଅଭିଯୋଗ ଆସିଥିଲା । ଘଟଣା ସଂପର୍କରେ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତ୍ତୁପକ୍ଷ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଇନଚାର୍ଜ ସୀମାଂଚଳ ନାୟକ ଓ ଏମଡି ଫେୟାଜ ରେହମନ ଏବେ ପୁଲିସ କବଜାରେ ଥିବା ଜଣାପଡିଛି ।