ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ଭୁବନେଶ୍ୱର, ଭଦ୍ରକ ଏବଂ କଟକ କୁ ୪୮ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହା ଏକ ପ୍ରକାରର କର୍ଫ୍ୟୁ । ଏହି ସମୟରେ ସବୁ କିଛି ବନ୍ଦ ରହିବ । ଏପରିକି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବି ବନ୍ଦ ରହିବ । ଏହି ଅବସରରେ କୌଣସି ପାସ୍ କାମ କରିବ ନାହିଁ । ଇତିମଧ୍ୟରେ କମିଶନରେଟ ପୋଲିସ ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ କରି କହିଛନ୍ତି କି , ଯଦି କୌଣସି ବ୍ୟକ୍ତିଙ୍କର ମେଡିକାଲ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ରହିଛି, ସେମାନେ ଦୟାକରି ୧୦୦ ନମ୍ବରକୁ ଫୋନ କରନ୍ତୁ । ସେମାନେ ଆପଣଙ୍କ ପାଖକୁ ଏସଏମଏସ ମାଧ୍ୟରେ ଜରୁରୀକାଳୀନ ପାସ୍ ପଠାଇବେ ।
For patients requiring dialysis or any other medical procedure, please dial 100, they will send you an emergency pass by SMS.
— Dr Sudhanshu Sarangi (@SarangiSudhansu) April 3, 2020
ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା । ଆଜି ଗୋଟେ ଦିନରେ ୪ ଟି କେସ୍ ସାମ୍ନାକୁ ଆସିଛି । ସେହି ଅନୁଯାୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ କୁ ବୃଦ୍ଧି ହୋଇଛି ।