ପୁରୀ (ଏଟିଆର ବ୍ୟୁରୋ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଦଶ୍ର ଗ୍ରାମରେ ଥିବା ଜୟଦୁର୍ଗା ଠାକୁରାଣୀ ମନ୍ଦିରରୁ ଚୋରି । ଗତକାଲି ରାତିରେ ଏହି ଠାକୁରାଣୀଙ୍କ ମନ୍ଦିରରୁ ଦୁର୍ବୁତ୍ତମାନେ ଅଷ୍ଟଧାତୁରେ ନିର୍ମିତ ପିତଳ ମୂର୍ତ୍ତି ଚୋରି କରି ନେଇଛନ୍ତି ।
ଏହାବ୍ୟତୀତ ମନ୍ଦିରରେ ଥିବା ନୀଳକଣ୍ଠ, ଗୋପୀନାଥ, ସୋମନାଥ ଏବଂ ରାଧାକୃଷ୍ଣ ମୂର୍ତ୍ତି ସମେତ ପାଶ୍ୱର୍ ଦେବା-ଦେବୀଙ୍କ ମୂର୍ତ୍ତି ମଧ୍ୟ ଚୋରି କରି ନେଇଛନ୍ତି ଦୁର୍ବୁତ୍ତ । ଏନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ବରମ୍ବାର ବିଭିନ୍ନ ମନ୍ଦିରରୁ ଏଭଳି ଚୋରି ହେଉଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି ।