ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି ଏବଂ ଯଦି ବି ରାଜ୍ୟକୁ ତୃତୀୟ ଲହର ଆସେ ତେବେ ଏତେ ମାତ୍ରାରେ ପ୍ରଭାବ ପକାଇବ ନାହିଁ । କିନ୍ତୁ ଯଦି ଭୂତାଣୁ ତାର ରୂପ ବଦଳାଏ ତେବେ ପ୍ରଭାବ ଅଧିକ ରହିବ ଯଦି ରୂପ ନବଦଳାଏ ତେବେ ଏହାର ପ୍ରଭାବ ରହିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କେତେବେଳେ କେଉଁ ମଡେଲ କଣ କହୁଛି । କେଉଁ ମଡେଲ କହୁଛି ଦେଶରେ ଦିନକୁ ୪ ରୁ ୫ ଲକ୍ଷ ଆକ୍ରାନ୍ତ ହେବେ ତ ପୁଣି କେଉଁ ମଡେଲ କହୁଛି ଏତେ ମାତ୍ରାରେ ପ୍ରଭାବ ପକାଇବ ନାହିଁ । କିନ୍ତୁ ଆଇଆଇଟି କାନପୁର ସୂତ୍ର ମଡେଲ ଅନୁଯାୟୀ ଓଡିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ପଡିବ ନାହିଁ ।