ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦେଶରେ ଏବେ ଅଧିକ ଲୋକ କ୍ୟାସଲେସ ସିଷ୍ଟମ ଉପରେ ବେଶି ଭରଷା କରୁଛନ୍ତି । କ୍ୟାସଲେସ ପେମେଣ୍ଟ ପାଇଁ ଡେବିଟି ଏବଂ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି । ଏବେ ସରକାର ଗୋଟେ ନାରା ଦେଉଛନ୍ତି ଡିଜିଟାଲ ଇଣ୍ଡିଆ ଓ କ୍ୟାସଲେସ ଇଣ୍ଡିଆ । କ୍ୟାସଲେସ ହେଲେ ଦେଶ ଅଗ୍ରଗତି କରିବ ଏହା ନିସନ୍ଦେହ । କିନ୍ତୁ ଏହି କ୍ୟାସଲେସ ସମୟରେ ଯଦି ଆମେ ଟିକେ ସାବଧାନତା ଗ୍ରହଣ ନ କରିବା ତେବେ ଆଖି ପିଛୁଳାକେ ଆପଣଙ୍କ ବ୍ୟାଙ୍କ ଖାତା ଖାଲି ହୋଇଯାଇ ପାରେ । ଯଦି ଆପଣ କେଡ୍ରିଡ କାର୍ଡର ସଠିକ ବ୍ୟବହାର ନ କରନ୍ତି ତେବେ ଆପଣଙ୍କୁ ଏଥି ପାଇଁ ବହୁମୂଲ୍ୟ ଦେବାକୁ ପଡିପାରେ । ତେବେ ଏଥିରୁ ଗ୍ରାହକ ମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାଙ୍କ ଗୁଡିକ ବିଭିନ୍ନ ସମୟରେ ଗ୍ରାହକ ମାନଙ୍କୂୁ ନେଇ ସଚେତନତା କାର୍ଯ୍ୟକ୍ରମ କରିଥାଏ ।
ତେବେ ଆସନ୍ତୁ ଜାଣିବା କେଉଁସବୁ କାରଣ ପାଇଁ ଆପଣ ଠକାମୀରେ ପଡି ପାରିବେ?
ପବ୍ଲିକ ଡିଭାଇସ ଓ ୱାଇୱାଇ ବ୍ୟବହାର କରିବା ଦ୍ୱରା ମଧ୍ୟ ଆପଣ ଏହି ଠକାମୀର ଶୀକାର ହୋଇ ପାରନ୍ତି । ଏହି ବ୍ୟବହାର ଦ୍ୱରା ଆପଣଙ୍କ ବ୍ୟକ୍ତଗତ ତଥ୍ୟ ଲିକ ହୋଇପାରେ । ସେହିଭଳ,ି ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ମଧ୍ୟ ଅ।।ପଣଙ୍କ ତଥ୍ୟ ଲିକ ହୋଇପାରେ । ଯଦି ଆପଣ ଆପଙ୍କ ବ୍ୟାଙ୍କ ଖାତା ନଂ, ପାସବୁକ ଫଟୋ, ଏଟିଏମ ପାସୱାର୍ଡ ଆଦି ଯ୪ଦି ସେଭ କରି ରଖିବା ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ସେହିଭଳି ଆପଣ ଇଣ୍ଟରନେଟରେ ବ୍ୟାଙ୍କରେ ଦେଇଥିବା ଇମେଲ ଦିଅନ୍ତୁ ନାହିଁ । ସବୁବେଳେ ୱାନ ଟାଇମ ପାସୱାଡ ( ଓଟିପି) ବ୍ୟବହାର କରନ୍ତୁ । ସେହିଭଳି ବ୍ୟାଙ୍କ ଖାତା ନଂ ଓ ଏଟିଏମ କାର୍ଡ ନମ୍ବର ମଧ୍ୟ ଅନ୍ୟକୁ ସେୟାର କରନ୍ତୁ ନାହିଁ ।
ଯଦି ଆପଣ ନିଜ ପାସ ୱାର୍ଡ ଭୁଲି ଯାଉଛନ୍ତି ତାକୁ ଆଉ ଥରେ ସ୍ମାର୍ଟ ଉପାୟରେ ଜେନରେଟ କରନ୍ତୁ । ସେହିଭଳି ବ୍ୟାଙ୍କ ଖାତା ସହିତ ମୋବାଇଲ ନଂ ଓ ଇମେଲ ଲିଙ୍କ କରନ୍ତୁ । ଯାହା ଫଳରେ ଆପଣଙ୍କ ନେଣ ଦେଣର ସବୁ ସବୁ ତଥ୍ୟ ଉପରେ ନଜର ରଖି ହେବ । କେହି ଯଦି ଆପଣଙ୍କ ସହିତ ଧୋକାବାଜ କରନ୍ତି ଆପଣ ଖୁବ ଶୀଘ୍ର ମେସେଜ ପାଇ ପାରିବେ । ସେହିଭଳି ବ୍ୟାଙ୍କ ସମ୍ଭଦ୍ଧୀୟ ଯଦି ୋକøଣସି ତଥ୍ୟ କେହି ମାଗୁଛନ୍ତି ଆପଣ ଦିଅନ୍ତୁ ନାହିଁ । ଲଟେରି ପ୍ରେମରେ ପଡି ଅଜଣା ବ୍ୟକ୍ତି ଓ ସସ୍ଥାକୁ ନିଜ ବ୍ୟାଙ୍କ ତଥ୍ୟ ମେସେଜ କରନ୍ତୁ ନାହିଁ ।