ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରର ସୁରକ୍ଷା ଓ ଏହାର ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିରର ୭୫ମିଟର ପରିଧି ଭିତରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଏହି ଉଚ୍ଛେଦ କାର୍ଯ୍ୟ କିଛି ଦିନ ବନ୍ଦ ରହିଥିବା ବେଳେ ପ୍ରସାଶନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ପୁଣି ଆରମ୍ଭ ହୋଇଯାଇଛି । ତେବେ ଆଜି ପୁରୀ ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରି ଦିଆଯାଇଛି । ସକାଳୁ ସକାଳୁ ଚିକିତ୍ସାଳୟର ଆସବାବପତ୍ରକୁ ସ୍ଥାନାନ୍ତରଣ କରାଯିବା ସହ ଚିକିତ୍ସାଳୟର କବାଟ, ଝରକା ତଡା ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ସ୍ୱାସ୍ଥ୍ୟ କେନ୍ଦ୍ରଟିକୁ ବଳିଆପଣ୍ଡା ନିକଟକୁ ସ୍ଥାନନ୍ତରଣ କରାଯାଉଥିବା ଜଣାପଡିଛି ।
ସେହିପରି କିଛି ଦିନପୂର୍ବେ ପଞ୍ଜାବୀ ମଠରେ ନିଶା କାରବାର ଚାଲୁଥିବା ଦର୍ଶାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ସିଲ କରିଦିଆ ଯାଇଥିଲା । ଏବଂ ସାନ ଛତା ମଠ ଉଚ୍ଛେଦ ନେଇ ଯୋଜନା ପ୍ରସ୍ତୁତ ହୋଇସାରିଛି । ପୁରୀଙ୍କୁ ବିଶ୍ୱ ଐତିହ ସ୍ଥଳିରେ ପରିଣତ କରିବା ପାଇଁ ପ୍ରସାସନ ପକ୍ଷରୁ ମନ୍ଦିର ଚାରିପଟେ ଥିବା ବହୁ ମଠ ,ମନ୍ଦିର, ଦୋକାନ ସବୁ ମାଟିରେ ମିଶି ଯାଇଛି । ହେଲେ କିଛି ସ୍ଥାନୀୟ ବାସିନ୍ଦା ନିଜ ଘର ଛାଡିବାକୁ ନାରାଜ ଥିବା ବେଳେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ବୁଝାଶୁଝା କରା । ତେବେ ଘରୋଇ ଜମି ପ୍ରଦାନର ଶେଷ ସମୟ ଆସନ୍ତା ୯ତାରିଖକୁ ଧାର୍ଯ୍ୟ କରାଯାଇଛି ।