ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବାହାଘର ସଂସ୍କୃତିକ କାର୍ଯ୍ୟକ୍ରମ ଓ ଜନସଭାରେ ଡିଜେ ଓ ଡାକବାଜି ଯନ୍ତ୍ର ଉପରେ କଟକଣା କରାଯାଇଛି । ଶଦ୍ଦ ପ୍ରଦୂଷଶ ଉପରେ କଡାକଡି ଭାବେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ଜଙ୍ଗଲ ଓ ପରିବେଶ ବିଭାଗ ସଦସ୍ୟ ସଚିବ କେ.ମୃଗସେନ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ।
ବାହାଘର ଶୋଭାଯାତ୍ରା ଓ ସାସ୍କୃତିକ କାର୍ଯ୍ୟକ୍ରମରେ ବାଜୁଥିବା ଶଦ୍ଦ ବେଳେ ବେଳେ ଆମ କାନକୁ ଯନ୍ତ୍ରଣା ଦେଇଥାଏ । ଏହାଛଡା ବୟସ୍କ,ରୋଗଗ୍ରସ୍ତ ତଥା ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।
ନିଜ ଅଞ୍ଚଳରେ ୬୫ ଡେସିବେଲରୁ ଅଧିକ ଶଦ୍ଦରେ ଯେପରି ଡିଜେ କିମ୍ବା ଡିଜେ ବଜାଇବା ପାଇଁ ହେଲେ ଥାନାରୁ ଅନୁମତି ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ନିୟମକୁ ଉଲ୍ଲଘଂନ କରିବେ ତେବେ ସେମାନଙ୍କ ପ୍ରତି କଡାକଡି କାର୍ଯ୍ୟନୁଷ୍ଠାନ ନିଆଯିବ ।