ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶେଷ ହୋଇଛି ଓଡିଶାରେ ପାଳିତ ହେଉଥିବା ଦ୍ୱିତୀୟା ଓଷା । ଓଡିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣା । ଯେପରିକି ଦ୍ୱିତୀୟ ଓଷା, ଦୂତି ବାହନ ଓଷା, ପୁଅ ଜିଉଁତିଆ ଓଷା ଆଦି । ମା ମାନେ ବା ବିବାହିତା ନାରୀ ମାନେ ଏହି ଓଷା କରିଥାନ୍ତି । ସେଥିପାଇଁ ସାରାଦିନ ଜଳସ୍ପର୍ଶ କରିନଥାନ୍ତି । ଏହି ଓଷାର ପରଦିନ ମାନେ ଆଜି ହେଉଛି ଘାଣ୍ଟ । ଅର୍ଥାତ ଏହିଦିନ ଏକ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବଙ୍କୁ ଅର୍ପଣ କରାଯାଏ ।
ଓଡିଶାରେ ଦ୍ୱିତୀୟ ଓଷାର ଘାଣ୍ଟ ତରକାରୀ ବେଶ ପ୍ରସିଦ୍ଧ । ଏହି ଘାଣ୍ଟ ତରକାରୀରେ ଆଳୁ, ସାରୁ, କଦଳୀ, କଖାରୁ, ଓଉ, କନ୍ଦମୂଳ, ନଡିଆ, ପୋଟଳ, କାଙ୍କଣ, ବାଇଗଣ, ବିନ୍, ଅମୃତଭଣ୍ଡା, ମୁଗ, ଚଣା, ମଟର ଆଦି ବ୍ୟବହାର କରାଯାଇଥାଏ । ଯାହା ପ୍ରସ୍ତୁତ ହେବା ପରେ ସ୍ୱତନ୍ତ୍ର ମହକ ହୋଇଥାଏ ।