ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ସାବାଡ ହେବେ ଅମାନିଆ ଗାଡିଚାଳକ । ଟ୍ରାଫିକ ନିୟମ ହେଲା କଡାକଡି । ନିୟମ ଉଲ୍ଲଂଘନ କାରିଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସିଧାସଳଖ ୩ ମାସ ପାଇଁ ବାତିଲ ହେବ ଡିଏଲ । ନିୟମ ଉଲ୍ଲଂଘନ କାରୀଙ୍କୁ ସାବାଡ କରିବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ପରିବହନ କମିଶନର ।
ସୁପ୍ରିମକୋର୍ଟଙ୍କ ସଡକ ନିରାପତା ଗାଇଡଲାଇନ ଅନୁସାରେ ଏଭଳି ନିୟମ ଜାରି କରାଯାଇଛି । ଯଦି କୌଣସି ବ୍ୟକ୍ତି ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡି ଚଳାନ୍ତି ତେବେ ତାଙ୍କ ଡିଏଲ ବାତିଲ କରାଯିବ । ସେହିପରି ରଡ ଲାଇଟ କ୍ରସ କରି ଆଗକୁ ଯିବା, ମଦ୍ୟ ଓ ନିଷାଦ୍ରବ୍ୟ ସେବନ କରି ଗାଡି ଚଳାଇବା, ଓଭରଲୋର୍ଡି ଏବଂ ମୋବାଇଲ ଫୋନ୍ ରେ କଥା ହୋଇ ଗଡା ଚଲାଇଲେ ଡିଏଲ ବାତିଲ କରାଯିବ ।