ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଥାନ୍ତା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ । ହେଲେ ଏହାକୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି । ଏନେଇ ରାଜ୍ୟ ପରିବହନ କମିଶନର ସାନି ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହ ଆରଟିଓ ନ ଆସିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଯେଉଁ ମାନେ ସ୍ଲଟ ବୁକିଂ ପାଇଁ ଟଙ୍କା ଜମା କରିଥିଲେ ତାହା କାଲମ ରହିବ ବୋଲି ସୂଚନା ମିଳିଛି । ପରେ କେବେ ଠାରୁ ସ୍ଲଟ ବୁକିଂ ଆରମ୍ଭ ହେବ ସେନେଇ ଲୋକ ମାନଙ୍କୁ ଜଣାଇ ଦିବ ଯିବ ବୋଲି କମିଶନର କହିଛନ୍ତି ।
ସୂଚନା ଯୋଗ୍ୟ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବାର ଥିଲା ଡିଏଲ ଟେଷ୍ଟ ପାଇଁ ସ୍ଲଟ ବୁକିଂ । ଏହା ସହ ୨୨ ତାରିଖରୁ ଏଲଏଲ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବାର ଥିଲା । ସେହିପରି ୨୯ ତରିଖରୁ ଏଲଏଲ ଟେଷ୍ଟ ଆରମ୍ଭ ହେବ ବୋଲି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ କୁହାଯାଇଥିଲା । ।