ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି କିନ୍ତୁ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ୧୮ ବର୍ଷର କମ ବୟସର ଶିଶୁ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ହୋଇଛନ୍ତି ।ସିଭିଅରିଟି କମ ରହିଛି । ସଂକ୍ରମଣ ଯେତେବେଳେ ବଢିବ ସେତେବେଳେ କୌଣସି ଲହର ଆସିଲା ବୋଲି ଜଣାଯିବ । କିନ୍ତୁ ବର୍ତ୍ତମାନ ସେମିତି କିଛି ପରିସ୍ଥିତି ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ରାଜ୍ୟରେ ଏବେ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କକୁ ଟୀକା ଦିଯାଉଛି କିନ୍ତୁ ୧୮ ବର୍ଷରୁ କମ ବୟସ ଶିଶୁଙ୍କୁ ଟୀକାକରଣ କରାଯାଇନାହିଁ । ସେଥିପାଇଁ ଆଗକୁ ଯଦି କୌଣସି ଲହର ଆସେ ତେବେ ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପଡିପାରେ । ଯାହାଫଳରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭବନା ମଧ୍ୟ ରହିଛି । ସେଥିପାଇଁ ସତର୍କ ରହିବା ନିହାତି ଜରୁରୀ