ଭୁବନେଶ୍ୱର( ଏଟିଆର ବ୍ୟୁରୋ ): ଗତକିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଲଗାତାର ଭାବେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି l ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଦକ୍ଷେପ ନିଆଯାଇଛି l ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ବାହାରୁ କୌଣସିବି ଶ୍ରମିକ ଭୁବନେଶ୍ୱରକୁ ଆସି ପାରିବେ ନାହିଁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି l
ତେବେ ଯଦି କେହି ପୂର୍ଵରୁ ଆସିଛନ୍ତି ତେବେ ସେ 14 ଦିନିଆ ସରକାରୀ କ୍ୱାରେଟିଂନ ରେ ରହିବ ବାଧ୍ୟତାମୂଳକ ବୋଲି ବିଏମସି ପକ୍ଷରୁ କୁହାଯାଇଛି l ଭୁବନେଶ୍ୱରରେ ଥିବା କୌଣସିବି ଶିଳ୍ପ ସଂସ୍ଥା ବାହାର ଶ୍ରମିକ ମାନଙ୍କୁ ଆଣି କାମରେ ଲଗାଇ ପାରିବେ ନାହିଁ l
ସୂଚନା ଅନୁଯାଇ ନିକଟରେ ଭୁବନେଶ୍ୱରରେ ଥିବା ଏକ ଶିଳ୍ପ ସଂସ୍ଥାରୁ 34 ଜଣ ପଯେଟିଭ ଚିହ୍ନଟ ହୋଇଥିଲେ l ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ଜଣା ପଡିଛି l ତେବେ ରାଜ୍ୟରେ ଥିବା 5 ଟି ହଟ ସ୍ପଟ ଜିଲ୍ଲାରୁ ମଧ୍ୟ ଶ୍ରମିକ ମାନଙ୍କୁ ଆଣିବା ପାଇଁ ବାରଣ କରାଯାଇଛି l