ୱାଶିଂଟନ(ଏଟିଆର ବ୍ୟୁରୋ):କରୋନା ଟିକାକୁ ମାତ ଦେବା ପାଇଁ ପ୍ରସ୍ତୁତ କରାଯାଇଥିବା ମଡର୍ଣ୍ଣା ଟିକାକୁ ନେଇଥିବା ବୋଷ୍ଟନର ଜଣେ ଡାକ୍ତରଙ୍କ ଦେହରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।ଏହି ଟିକା ନେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଡାକ୍ତର ହୋସେନ କହିଛନ୍ତି ଟିକା ନେବା ପରେ ତାଙ୍କର ମୁଣ୍ଡ ବୁଲାଇବା ସହ ହୃଦସ୍ୱନ୍ଦନ ବଢିଯାଇଥିଲା । ଏଥି ସହ ତାଙ୍କ ଶରୀରରେ କିିଛି ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।
ଫାଇଜର୍ ବାୟୋଏଟେକ କୋଭିଡ ଟିକା ଯୁ୍କ୍ତରାଷ୍ଟ ଆମେରିକାରେ ଏହି ଟିକା ନେବା ପରେ ୫ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ଅସୁସ୍ଥ ହୋଥିବାର ଜଣାପଡିଛି । ଆମେରିକାର ମଡର୍ଣ୍ଣା ସହ ଫାଇଜର ପ୍ରସ୍ତୁତି କରିଥିବା କରୋନା ଟିକାକୁ ମଧ୍ୟ ପ୍ରଥମ ପର୍ଯ୍ୟୟରେ ଲୋକଙ୍କୁ ଦିଆଯାଇଛି ।