ପଟ୍ଟାମୁଣ୍ଡାଇ(ଏଟିଆର ବ୍ୟୁରୋ): ଭିତରକନିକାରେ ଆଜିଠୁ ଆରମ୍ଭ ହେଲା ଡଲଫିନ ଗଣନା ।ଡଲଫିନ ଗଣନା ସକାଳ ୭ ଟାରୁ ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜଙ୍ଗଲ ଓ ପରିବେଶ ବିଭାଗଙ୍କ ନିଷ୍ପତ୍ତ କ୍ରମେ ଦୀର୍ଘ ୫ ବର୍ଷ ଧରି ଡଲଫିନ ଗଣନା କାର୍ଯ୍ୟକ୍ରମ କରାଯାଉଛି ।
ଡଲଫିନ ଗଣନା ପାଇଁ ୯ ଟି ଟିମ୍ ଗଠନ କରାଯାଇଥିବା ବେଳେ ପ୍ରତି ଟିମରେ୩ ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ କରାଯିବ ।ସମୁଦ୍ର ମଧ୍ୟରେ ୫ ଟି ଟିମ୍ ଗଣନା କରୁଥିବା ବେଳେ ନଦୀ ମଧ୍ୟରେ ୪ ଟି ଟିମ୍ ଗଣନା କରିବେ ।
ଭିତରକନିକାରେ ୫ ପ୍ରକାର ଡଲଫିନ ଦେଖିବାକୁ ମିଳନ୍ତି । ଏହା ବ୍ୟତୀତ ସମୁଦ୍ରରେ ଗଣନା ସମୟରେ ତିମି ମାଛ ଦେଖାଗଲେ ସେମାନଙ୍କ ଗଣନା କରାଯିବ ବୋଲି ସୂଚନା ମିଳିଛି । ଚିଲିକାରେ କେବଳ ଇରାୱାର୍ଡି ପ୍ରଜାତିର ଡଲଫିନ ଦେଖାଯାଉଥିବା ବେଳେ ଭିତରକନିକାରେ ୫ ପ୍ରକାର ଡଲଫିନ ଦେଖା ଯାଆନ୍ତି ।