ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଶେଷରେ ନିଜର ପରାଜୟ ସ୍ୱୀକାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ଟ୍ରମ୍ପ କହିଛନ୍ତି ମୁଁ ମୋର ପରାଜୟ ସ୍ୱୀକାର କରୁଛି । ନିର୍ବାଚନର ଏଭଳି ଫଳାଫଳକୁ ନେଇ ସମ୍ପୂର୍ଣ୍ଣ ଅସହମତି ପ୍ରକାଶ କରୁଛି । ଜାନୁଆରୀ ୨୦ ତାରିଖରେ ସେ କ୍ଷମତା ହସ୍ତାନ୍ତର କରିବେ ବୋଲି ସେ କହିଛନ୍ତି ।
ଆଜି ଆମେରିକାରେ ସଂସଦ ବୈଠକ ବସିଥିଲା । ଭୋଟ ଗଣତି ବେଳେ ବାଇଡେନଙ୍କ ସପକ୍ଷରେ ୩୬୦ ଟି ଇଲେକ୍ଟୋରାଲ ଭୋଟ ପାଇଥିବା ଘୋଷଣା କରିଥିଲେ । ଟ୍ରମ୍ପଙ୍କ ସପକ୍ଷରେ ୨୩୨ ଟି ଇଲେକ୍ଟୋରାଲ ଭୋଟ ପଡିଛି ।ଆଜି ସଂସଦ ପରିସରରେ ହିଂସାକାଣ୍ଡ ଘଟିଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥିତିକୁ ଦେଖି ୱାଶିଂଟନରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରାଯାଇଛି।
ଟ୍ରମ୍ପ ଶୃଙ୍ଖଳିତ ଭାବେ ହ୍ୱାଇଟ ହାଇସ ଛାଡିବା ସହ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି ।ସେ କହିଛନ୍ତି ,ନିର୍ବାଚନ ଫଳାଫଳ ଯାହା ଆସିଲା ସେଥିରେ ସେ ଆଦୈା ଏକମତ ନୁହଁନ୍ତି ।କିନ୍ତୁ ଜାନୁଆରୀ ୨୦ ରେ ଶୃଙ୍ଖଳାର ସହ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି ।
କଂଗ୍ରେସ ଇଲେକ୍ଟ୍ରୋକାଲ କଲେଜ ଗଣତି ପରେ ବାଇଡେନଙ୍କୁ ବିଜୟୀ ଘୋଷଣା କରିଛନ୍ତି । ବାଇଡେନଙ୍କ ବ୍ୟତୀତ କମଲା ହାରିସଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ମଧ୍ୟ ବିଜୟୀ ଘୋଷଣା କରିଛନ୍ତି ।