ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବ୍ରିଟେନରେ ବ୍ୟାପୁଥିବା ନୂଆ କରୋନା ଭାଇରସକୁ ନେଇ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଇଥିବା ବେଳେ ଭାରତ ସରକାର ଏଥିପ୍ରତି ସତର୍କତା ଅବଲମ୍ବନ କରିଛନ୍ତି । ସରକାର ସମସ୍ତ ଏୟାରଲାନ୍ସଙ୍କୁ ଚୀନ ଯାତ୍ରୀ ଙ୍କୁ ଭାରତ ନ ଆଣିବା ପାଇଁ କହିଛନ୍ତି ।
କରୋନା ଭାଇରସର ନୂଆ ଷ୍ଟେନକୁ ନେଇ ଅର୍ନ୍ତଜାତୀୟ ବିମାନ ସେବାକୁ ନେଇ ଅନେକ ଦେଶର ସରକାର କଠୋର ପଦକ୍ଷେପ ନେଇଛନ୍ତି । ଭାରତରୁ ବ୍ରିଟେନ ଆସୁଥିବା ଫ୍ଲାଇଟ ମଧ୍ୟ ବନ୍ଦ ରହିଛି । ସେହିପରି ଭାବେ ୟୁରୋପରୁ ଅନ୍ୟ ଦେଶ କୁ ଆସୁଥିବା ଯାତ୍ରୀମାନଙ୍କ ଚେକିଂଙ୍କୁ ମଧ୍ୟ କଡାକଡି କରାଯାଇଛି ।
ୟୁରୋପରେ ଥିବା ‘ଏୟାର ବବଲ’ ଦେଶମାନଙ୍କରୁ ଅଧିକାଂଶ ଲୋକ ଚୀନ ବିମାନ ଯୋଗେ ଭାରତକୁ ଆସୁଛନ୍ତି ବୋଲି ଶିଳ୍ପସୂତ୍ରରୁ ଜଣାପଡିଛି । ସମ୍ପ୍ରତି ଭାରତକୁ ଆସିବା ପାଇଁ ‘ଟୁରିଷ୍ଟ ଭିସା’ ବନ୍ଦ ଥିଲେ ବି କୈାଣସି ‘ଅଣ ଟୁରିଷ୍ଟ ଭିସା’ ବର୍ଗରେ ବିଦେଶୀମାନଙ୍କୁ ଭାରତକୁ ଛଡାଯାଇଛି ।ଚୀନ ନାଗରିକମାନଙ୍କୁ ଭାରତକୁ ନ ଆଣିବା କାରଣ ଦର୍ଶାଇବାକୁ ପଡୁଛି କହି କେତେକ ଏୟାରଲାଇନ୍ ଭାରତ ସରକାରଙ୍କୁ ଲିଖିତ ଭାବେ ଏହି ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।