ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀ ଜାରି ରହିଛି । ଏହାରି ଭିତରେ କରୋନାକୁ ମାତ ଦେବା ପାଇଁ ଟିକାକରଣ ମଧ୍ୟ ଜାରି ରହିଛି । ଏହାି ମଧ୍ୟରେ ଘରକୁ ଘର ବୁଲି ଟିକାଦେବା ସମ୍ଭବ ନୁହେଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛନ୍ତି ।
ପ୍ରତିଦିନ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ କ୍ଷିପ୍ର ବେଗରେ ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଏଭଳି ପରିସ୍ଥିତି ଦେଖି ମହାରାଷ୍ଟ୍ର ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ବ୍ରିହାନ ମୁମ୍ବାଇ କର୍ପୋରେସନ ମୁଖ୍ୟ ଇକବାଲ ଚହଲ ।
କେନ୍ଦ୍ରୀୟ ଦଳ ୧୦ ଦିନ ତଳେ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିଲେ । ଏବଂ ମୁଁ ସେମାନଙ୍କ ପାଖରେ ଅନୁରୋଧ କରି କହିଥିଲି ଯେ ଘରକୁ ଘର ବୁଲି ଟିକା ଦାନ ବ୍ୟବସ୍ଥା କରିବା ଦ୍ୱାରା ସଂକ୍ରମଣ କିଛି ମାତ୍ରାରେ କମିପାରିବ । ଓ ସବୁ ଲୋକ ଟିକା ପାଇପାରିବେ ବୋଲି ସେ କହିଛନ୍ତି ।
ଟିକା କେବଳ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ । ଏହା ନେବା ପରେ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇପାରେ । ଏହି କାରଣରୁ ଟିକା ନେବା ପରେ ପ୍ରତ୍ୟେକ ବ୍ୟକ୍ତି ୩୦ ମିନିଟ ଡାକ୍ତରଙ୍କ ତଦାରଖରେ ରଖାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।