ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିବେ । ଏହି ପୁସ୍ତକ ଏବେ ଓଡିୃା ଓ ଇଂରାଜୀ ଭାଷାରେ ଉପଲବ୍ଧ । ପ୍ରଖ୍ୟାତ ହିନ୍ଦୀ ସାହିତ୍ୟକ ଶଙ୍କରଲାଲ ପୁରୋହିତ ଏହି ପୁସ୍ତକୁ ଅନୁବାଦ କରିଛନ୍ତି ।
ରାଜଧାନୀ ଦିଲ୍ଲୀର ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଭକ୍ଟମଳ ହଲଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ଏହି ହିନ୍ଦୀ ସଂସ୍କରଣ ପୁସ୍ତକର ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ତଥା ଇସ୍ପାତ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ,କଟକ ବିଜେଡି ସାଂସଦ ଭତ୍ତୃହର ମହତାବ ଉପସ୍ଥିତ ରହିବେ ।
ସେ ୧୯୪୬ରୁ ୧୯୫୦ ଏବଂ ୧୯୫୬ରୁ ୧୯୬୧ ପର୍ୟ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ୧୯୪୨ରୁ ୧୯୪୫ ପର୍ୟ୍ୟନ୍ତ ଦୁଇ ବର୍ଷରୁ ଅଧିକ ସମୟ ଧରି ଅହମ୍ମଦନଗର ଦୁର୍ଗ ଜେଲରେ ଥିବା ସମୟରେ ‘ଓଡ଼ିଶା ଇତିହାସ’ ପୁସ୍ତକ ରଚନା କରିଥିଲେ।
ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ପ୍ରକାଶ ପାଇଁ ଏକ ପ୍ରସ୍ତାବ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରୁ ପ୍ରଥମେ ଆସିଥିଲା ବୋଲି ମହତାବ କହିଥିଲେ । ପରେ ଡ. ହରେକୃଷ୍ଣ ମହତାବ ଫାଉଣ୍ଡେସନ୍ ଏନେଇ କାର୍ୟ୍ୟ ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପୁସ୍ତକକୁ ଉନ୍ମୋଚନ କରିବା ପାଇଁ ସହମତି ପ୍ରଦାନ କରିଥିଲେ ।ପୁସ୍ତକ ଉନ୍ମୋଚନ କାର୍ୟ୍ୟକ୍ରମକୁ ଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଆୟୋଜନ କରୁଛି ।