ଯାଜପୁର(ଏଟିଆ ବ୍ୟୁରୋ): ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ । ମଦ ପିଇ ରାସ୍ତାରେ ଗାଡି ଫୋପାଡି ନିରିହ ଶିଶୁ ମାନଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବୋ ଗ୍ରାମ ଅନ୍ତର୍ଗତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ । ସୂଚନା ଅନୁସାରେ ବିଦ୍ୟାଳୟର ଶିକ୍ଷକ ମକରନ୍ଦ ମହାନ୍ତ ମଦ୍ୟ ପାନ କରି ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ରାସ୍ତା ଉପରେ ଆଣ୍ଠେଇ ହେଇଥିଲେ । ତେବେ ଶିକ୍ଷକ ଜଣକ ଛାତ୍ରଛାତ୍ରୀ ମାନଙ୍କୁ ରାସ୍ତାରେ ଆଣ୍ଠେଇବା ବେଳେ ଗ୍ରାମବାସୀ ମାନେ ଏହାର ଭିଡିଓ ଉତ୍ତୋଳନ କରି ଥିଲେ । ଏହି ସମୟରେ ମଦ୍ୟପ ଶିକ୍ଷକ ଜଣକ ପିଲା ମାନଙ୍କ ସହ ବସି ପୋଜ ଦେଉଥିଲେ ।
ମକରନ୍ଦ ପୂର୍ବରୁ ଅନେକଥର ମଦ ପିଇ ବିଦ୍ୟାଳୟକୁ ଆସୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ଗ୍ରାମବାସୀ ମାନେ ମକରନ୍ଦଙ୍କୁ ଏଥିରୁ ନିବୃତ ରହିବା ପାଇଁ ବହୁ ବାର କହିଥିଲେ । ହେଲେ ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପଡା କାଟ ପରି ମକରନ୍ଦ ସୁଧୁରିବା ର ନା ଧରୁ ନଥିଲେ । ଏହି ଭିଡିଓକୁ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀଙ୍କୁ ପଠାଇବା ସହ ଏଭଳି ଘଟଣା ଘଟାଉ ଥିବା ଶିକ୍ଷକ ଓ ଶିକ୍ଷପିତ୍ରୀଙ୍କ ଉପରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।