ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାରେ ଆଉ ଏକ ଭୂତଳ ସୁଡ଼ଙ୍ଗ ଚିହ୍ନଟ କରିଛି । ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ସୁଡଙ୍ଗ ନିର୍ମାଣ କରି ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ । ସୁଡ଼ଙ୍ଗଟିର ଲମ୍ବ ପାଖାପାଖି ୧୫୦ ମିଟର ହୋଇଥିବା ବେଳେ ଏହା ୩୦ ଫୁଟ୍ ଗଭୀରର ଅଟେ।
ଜାମ୍ମୁ ଅଞ୍ଚଳରେ ଗତ ୬ ମାସ ମଧ୍ୟରେ ଏଭଳି ପ୍ରାୟ ୧୦ଟି ସୁଡଙ୍ଗ ଠାବ କରାଯାଇସାରିଲାଣି । ବାରମ୍ବାର ଆତଙ୍କବଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହବା ପରେ ବର୍ତ୍ତମାନ ସେମାନେ ସୁଡଙ୍ଗ ତିଆରି କରି ଅନୁପ୍ରବେଶ ପାଇଁ ଯୋଜନା କରୁଛନ୍ତି । ୨୦୧୯ ମସିହା ନଭେମ୍ବର ମାସରେ ବିଏସ୍ଏଫ୍ ଏହି ଅଞ୍ଚଳରେ ଅନୁପ୍ରବେଶକାରୀଙ୍କର ଅନୁପ୍ରବେଶକୁ ବି ପଣ୍ଡ କରିଥିଲା।ଏହି ୧୫୦ ମିଟର ସୁଡଙ୍ଗକୁ ଜାମ୍ମୁ-କାଶ୍ଚୀରର ପଂସାର ଅଞ୍ଚଳର ବିପି ନମ୍ବର ୧୪-୧୫ ମଧ୍ୟରେ ଦେଖିବାକୁ ମିଳିଥିଲା ।