ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗଣତନ୍ତ୍ର ଦିବସ ଅବସରରେ ଦୁବାଇରେ ରହୁଥିବା ଜଣେ ଭାରତୀୟ ଛାତ୍ର ପ୍ରଧାନମନ୍ତ୍ରୀଙ୍କୁ ଏକ ଚିତ୍ର ଆଙ୍କି ଦେଇଛନ୍ତି । ବୈଦେଶିକ ବ୍ୟାପାର ରାଜ୍ୟମନ୍ତ୍ରୀ ଭି ମୁରଲୀଧରନ ସେହି ଚିତ୍ରଟିକୁ ଟୁଇଟ୍ କରି ଏହା ବିଷୟରେ ବିବରଣୀ ଦେଇଛନ୍ତି।
୧୪ ବର୍ଷିୟ ବାଳକ ଶଶିକୁମାର କେରଳର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଛଅ ପରସ୍ତିଆ ଷ୍ଟେନ୍ସିଲ ତିଆରି କରି ଭି ମୁରଊୀଧରଙ୍କୁ ଦେଇଛନ୍ତି ।ଏହି କଳାକୃତି ପାଇଁ ଶରଣଙ୍କୁ ସମ୍ପୂର୍ଣ୍ଣ ୬ ଘଣ୍ଟା ସମୟ ଲାଗିଥିଲା । ସାଧାରଣତନ୍ତ୍ର ଦିବସର ଉପହାର ଭାବେ ସେ ଏହି ସୁନ୍ଦର ଛଅ ପରସ୍ତିଆ ଷ୍ଟେନ୍ସିଲ୍ କଳା ପ୍ରତିକୃତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପଠାଇଛନ୍ତି ।
ଛଅଟିସ୍ତରରେ ଛଅଟି ରଙ୍ଗ ଦେଇ ଏହି କଳାକୃତି କରିଥିଲେ । ଶରଣ ଶୀର୍ଷସ୍ତରୀୟ ‘ୟୁଏଇ’ ନେତାଙ୍କ ସମେତ ଏହିଭଳି ୯୨ଟି ପ୍ରତିକୃତି ପ୍ରସ୍ତୁତ କରିଥିଲେ। ୨୦୨୦ ଅକ୍ଟୋବରରେ ମଧ୍ୟ ଶରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ୫ ପରସ୍ତିଆ ଷ୍ଟେନ୍ସିଲ୍ ପ୍ରତିକୃତି ପ୍ରସ୍ତୁତ କରିଥିଲେ।