ଢ଼େଙ୍କାନଳ (ଏଟିଆର ବ୍ୟୁରୋ); ଢ଼େଙ୍କାନାଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଜିଲ୍ଲାରେ ଥିବା ଏକ ନକଲି ମଦ କାରଖାନା ଉପରେ ଚଢ଼ାଉ କରିଛି । କାରଖାନା ଚଳାଉଥିବା ରଞ୍ଜନ ଗୁରୁଙ୍କୁ ଗିରଫ କରିବା ସହ ମଦ ତିଆରିରେ ଲାଗୁଥିବା ସାମଗ୍ରୀକୁ ଜବତ କରିଥିବା ସୂଚନା ମିଳିଛି ।
ମିଳଥିବା ସୂଚନା ମୁତାବକ ବହୁ ଦିନ ଧରି ଢ଼େଙ୍କାନାଳ ଜିଲ୍ଲା ଭୁବନ ଅନ୍ତର୍ଗତ ଗୁଜୁରିହାଟ ଅଞ୍ଚଳରେ ନକଲି ମଦ କାରଖାନା ଚାଲୁଥିଲା । ତେବେ କୈାଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଅବକାରୀ ବିଭାଗ ହଠାତ ଏହି କାରଖାନା ଉପରେ ଚଢ଼ାଉ କରିବା ସହ ଏହାକୁ ଚଳାଉଥିବା ମୁଖ୍ୟକୁ ମଧ୍ୟ ଗିରଫ କରିଛି ।
କାରଖାନାରେ ବ୍ୟବହୃତ ହେଉଥିବା ସରଞ୍ଜାମକୁ ମଧ୍ୟ ଜବତ କରିଥିବା ଦେଖିବାକୁ ମିଳିଛି । ଏହା ସହିତ ତିଆରି ହୋଇଥିବା ୨୫୫ ବୋତଲ ନକଲି ମଦ ଜବତ କରାଯାଇଛି । ନକଲି ମଦ ତିଆରି ପାଇଁ ବ୍ୟବହୃତ ହେବାକୁ ଥିବା୧୫୦ ଲିଟର ସ୍ପିରିଟ, ୨୦ ଲିଟର କାରାମାଲ ଓ ମଦ ତିଆରି ସରଞ୍ଜାମ ଜବତ ହୋଇଛି । ମଦ ବଟଲକୁ ସିଲ କରିବା ପାଇଁ ବ୍ୟବହୃତ ହେଉଥିବା ମେସିନକୁ ସିଲ କରାଯାଇଛି । ନକଲି ମଦ ପାଇଁ ୩ ହଜାରରୁ ଅଧିକ ହଲଗ୍ରାମ ଓ ଲେବୁଲ ଜବତ କରାଯାଇଛି ।