ଦୁବାଇ (ଏଟିଆର ବ୍ୟୁରୋ) ; ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଗ୍ରହଣ କଲେ ୱେଷ୍ଟଇଣ୍ଡିଜର ଧୁଆାଁଧାର ଅଲରାଉଣ୍ଡର ଡ୍ୱେନ ବ୍ରାଭୋ । ନିଜ ଦେଶର କ୍ରିକେଟ ବୋର୍ଡ ସହ ୨ ବର୍ଷ ସହ ଲାଗିରହିଥିବା ବିବାଦ ପାଇଁ ଆନ୍ତର୍ଜାତୀୟ କ୍ରିକେଟରୁ ଦୁରେଇ ରହିଥିଲେ ବ୍ରାଭୋ । କେବଳ ଆଇପିଏଲ ଖେଳିବେ ବୋଲି କହିଛନ୍ତି ବ୍ରାଭୋ ।
୨୦୦୪ ମସିହାରେ ଆନ୍ତର୍ଜାତୀୟ କ୍ରିକେଟରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଡ୍ୱେନ ବ୍ରାଭୋ । ନିଜର ବ୍ୟାଟିଂ,ବୋଲିଂ ସାଙ୍ଗକୁ ଉଚ୍ଚକୋଟିର ଫିଲ୍ଡିଂ ପାଇଁ ବେଶ ମନ ଜିଣିପାରିଥିଲେ କ୍ରିକେଟ ପ୍ରେମୀଙ୍କର । ବ୍ରାଭୋ ଦଳ ତରଫରୁ ୪୦ଟି ଟେଷ୍ଟରେ୨୨୦୦ରନ କରିବା ସହ ୮୬ଟି ୱିକେଟ ନେଇଥିବା ବେଳେ ୧୬୪ଟି ଦିନିକିଆରୁ ୨୯୬୮ ରନ କରିବା ସହ ୧୯୯ ୱିକେଟ ହାସଲ କରିଥିଲେ । ଏବଂ ୬୬ଟି ଟି-୨୦ରୁ ୧୧୪୨ ରନ ସହ ୫୨ଟି ୱିକେଟ ଅକ୍ତଆର କରିଛନ୍ତି ।
ମ୍ୟାଚ ସମୟରେ ନାଚ କରି ଦର୍ଶକଙ୍କ ଫୁଲ ମନୋରଞ୍ଜନ କରିଥାନ୍ତି ବ୍ରାଭୋ । ଏବେ ବ୍ରାଭୋଙ୍କ ଅନୁପସ୍ଥିତିକୁ ବହୁତ ମନେପକେଇବେ କ୍ରିକେଟପ୍ରେମୀ । ବ୍ରାଭୋ ଅନେକ ଥର ଏକାକି ନିଜ ଦଳକୁ ଜିତାଇଥିବାର ରେକର୍ଡ ମଧ୍ୟ ରହିଛି । ପରବର୍ତ୍ତା ପିଢ଼ିଙ୍କ ପାଇଁ ଆନ୍ତର୍ଜାତୀକ କ୍ରିକେଟରୁ ଅବସରନେବା ପାଇଁ ଉଚିତ ମନେକଲି ବୋଲି ଶେଷ ସମୟରେ କହିଛନ୍ତି ବ୍ରାଭୋ ।