ପୁରୀ (ଏଟିଆର ବ୍ୟୁରୋ): ପୁଣି ଅନଲାଇନ୍ ଜରିଆରେ ପୁରୀ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି ହୋଇଥିବା ଜଣାପଡିଛି। ବାରମ୍ବାର ଗୋଟେ ପରେ ଗୋଟେ ସଂସ୍ଥା ଅନଲାଇନ ରେ ମହାପ୍ରସାଦ ବିକ୍ରି କରୁଛନ୍ତି। ଏଇ କିଛି ଦିନ ତଳେ ଅନଲାଇନ୍ ର ନିର୍ମାଲ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା ଏବେ ପୁଣି ମହାପ୍ରସାଦ ବିକ୍ରି ଖବର ସାମ୍ନାକୁ ଆସିଛି।
ରାଜ୍ୟ ବାହାରର ଏକ ସଂସ୍ଥା ଅନଲାଇନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବାର ଜଣାପଡିଛି। ଏହାପରେ ସେବାୟତଙ୍କ ମହଲରେ ଏହାକୁ ନେଇ ନିନ୍ଦା କରାଯାଇଛି। ଏହାସହତି ଉକ୍ତ ସଂସ୍ଥା ବିରୋଧରେ ଏତଲା ଦେବା ଲାଗି ଯୋଜନା ହେଉଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଏଇ ନିକଟରେ ଇକମର୍ସ ସଂସ୍ଥା ଆମାଜନ ରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏହାସହିତ ଅମାଜନ ନାଁରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦାଏର କରାଯାଇଥିଲା।