ଅହମ୍ମଦାବାଦ(ଏଟିଆର ବ୍ୟୁରୋ): ଦୁନିଆର ସବୁଠାରୁ ବଡ ଷ୍ଟାଡିୟମ ମୋଟେରା ଷ୍ଟାଡିୟମ ଲୋକାର୍ପିତ ହୋଇଛି । ଏହି ଷ୍ଟାଡିୟମଟିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପଣ କରିଛନ୍ତି ।ଏହି ଷ୍ଟାଡିୟମରେ ୧ ଲକ୍ଷ ୧୦ ୧୦ ହଜାର ଦର୍ଶକ ବସିପାରିବେ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା , କ୍ରୀଡାମନ୍ତ୍ରୀ କେତନ ରିଜିିଜୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଉପସ୍ଥିତ ଥିଲେ ।ପୁରୁଣା ଷ୍ଟାଡିୟମକୁ ଭାଙ୍ଗି ଏହି ନୂତନ ଷ୍ଟାଡିୟମ୍ ନିର୍ମିତ ହୋଇଛି । ୬୩ ଏକର ଜିମରେ ଏହା ପରିବ୍ୟାପ୍ତ ।ଷ୍ଟାଡିୟମ ନିର୍ମାଣରେ ୮୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ପୁର୍ନନିର୍ମାଣ ୨୦୧୫ ରୁ ଆରମ୍ଭ ହୋଇ ୨୦୨୦ ରେ ଶେଷ ହୋଇଥିଲା । ଏଥିରେ୭୫ କର୍ପୋରେଟ ବକ୍ସ ରହିଛି । ପ୍ରତି ବକ୍ସରେ ୨୫ ଜଣ ଲେଖାଏଁ ବସି ପାରିବେ ।ଷ୍ଟାଡିୟମ କ୍ଲବ ହାଉସରେ ୫୫ ଟି ରୁମ ରହିଛି ।
ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଫେବୃଆରୀ ୨୪ ତାରିଖରେ ଅହମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ। ଏହା ଡେ-ନାଇଟ ଟେଷ୍ଟ ମ୍ୟାଚ। ନୂଆ ଷ୍ଟାଡିୟମ ହେବା ପରେ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଭାରତ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ମଧ୍ୟ ମୋଟେରା ଷ୍ଟାଡିୟମରେ ଖେଳାଯିବ।