ମାଲାକାନାଗିରି(ଏଟିଆର ବ୍ୟୁରୋ): ମାଲାକାନାଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ମାଲାକାନାଗିରିର ନାୟକଗୁଡାରୁ କୋରକୋଣ୍ଡା ଅଞ୍ଚଳରେ ଏହା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବାର ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଛତିଶଗଡର ଜଗଦଲପୁର ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ର ବୋଲି ଜଣାପଡିଛି । ଆଜି ଅପରାହ୍ନରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଦୁଇଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବାର ଜଣାପଡିଛି । ପ୍ରାୟ ୨ରୁ ୩ ସେକେଣ୍ଡ ଯାଏଁ ଏହି ଭୂମିକମ୍ପ ଅନୁଭୂତ ହୋଇଛି।
ଭୂମିକମ୍ପର ପ୍ରଭାବ ମାଲକାନଗିରି ଜିଲ୍ଲାର ଖଇରପୁଟ, ମାତିଲି ଏବଂ କୋରକୋଣ୍ଡା ଅଞ୍ଚଳରେ ପରିଲକ୍ଷିତ ହୋଇଛି। ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ୟ୍ୟାଳୟ, ସହରର ସାଇମନ୍ଦିରର କାନ୍ଥରେ ଫାଟ ହୋଇଥିବାର ଦେଖିବାକୁ ମିଳିଛି। ତେବେ ଭୂମିକମ୍ପ ଅନୁଭୂତ ହେବା ପରେ ଲୋକ ମାନେ ଲୋକ ମାନେ ଘରୁ ବାହାରି ରାସ୍ତାକୁ ଆସିଯାଇଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ କରୋନକୁ ନେଇ ସାରା ରାଜ୍ୟରେ ଭୟର ବତାବରଣ ଭୂମିକମ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ଆହୁରି ଭୟଭିତ ହୋଇପଡିଛନ୍ତି ।