ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବତଟ ରେଳୱ ପକ୍ଷରୁ ୪ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି । ବିଶାଖାପାଟଣା ୱାଲଟିୟର ଡିଭିଜନ ମରାମତି ପାଇଁ ୪ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି । ସମ୍ବଲପୁର- କୋରାପୁଟ ଟ୍ରେନ ଜାନୁଆରୀ ୧୦ରୁ ମାର୍ଚ୍ଚ ୩୧ ଯାଏଁ ୱାଲଟିୟର ମରାମତି ନିମନ୍ତେ ବାତିଲ ହୋଇଛି । ସେହି ପରି କୋରାପୁଟ – ସମ୍ବଲପୁର ଟ୍ରେନକୁ ମଧ୍ୟ ବାତିଲ କରିଦିଆଯାଇଛି ।
ଅନ୍ୟପଟେ ଜାନୁଆରୀ ୧୦ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବିଶାଖାପାଟଣାରୁ ରାୟପୁର ଟ୍ରେନ ବାତିଲ କରାଯାଇଛି । ସେହିଭଳି ରାୟପୁରରୁ ବିଶାଖାପାଟଣା ଟ୍ରେନ ଜାନୁଆରୀ ୧୧ରୁ ଏପ୍ରିଲ ୧ ଯାଏଁ ବାତିଲ ହୋଇଛି । ଏହି ସବୁ ଟ୍ରେନ ବାତିଲ ସମ୍ପର୍କରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।