ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଗଡିବ ଆଉ ଦୁଇଟି ନୂଆ ମେମୁ ଟ୍ରେନ । ଯାତ୍ରୀଙ୍କର ଟ୍ରେନ ଯାତ୍ରାକୁ ଆହୁରୀ ସୁବିଧାମୟ କରିବା ପାଇଁ ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରୁଥବା ପାସେଞ୍ଜର ଟ୍ରେନ ହେବ ମେମୁ ଟ୍ରେନ । ଅନ୍ୟପଟେ ପୁରୀ- ଅନୁଗୁଳ- ପୁରୀ ମଧ୍ୟରେ ଯାତାୟତ କରୁଥବା ମେମୁ ଟ୍ରେନରେ ବଗି ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । ଆସନ୍ତା ୧୧ ତାରିଖରୁ ପୁରୀ- ଅନୁଗୁଳ ମେମୁରେ ୧୬ଟି ବଗି ଲଗାଯିବ ଯାହା କି ରାଜ୍ୟର ସବୁଠାରୁ ଲମ୍ବା ମେମୁ ଟ୍ରେନ ହେବ ।
ପ୍ରଥମ ଦିନରେ ୧୨ ତାରିଖ ଦିନ ଏହି ଟ୍ରେନ ଭୁବନେଶ୍ୱର ଠାରୁ ଆରମ୍ଭ ହେବାକୁ ଥିବା ବେଳେ ୧୩ତାରିଖ ଦିନ କେନ୍ଦୁଝରଗଡରୁ ଚଳାଚଳ କରିବ । ଅନ୍ୟପଟେ ମେମୁ ପୂର୍ବରୁ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରିବ । ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।