ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଗଷ୍ଟ ୧୫ ରୁ ରାଜ୍ୟର କଟକ ଏସସିବି ମେଡିକାଲରେ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ସେଥିପାଇଁ ଏସସିବି ମେଡିକାଲରେ ୯ ଟି ମେସିନ ରଖାଯାଇଛି । ଏହାସହିତ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆ ଯାଇ ସରିଛି । ଇକମୋ ଚିକିତ୍ସାର ଟ୍ରେନିଂ ନେଇ କଲିକତାରୁ ଗୋଟେ ଟିମ୍ ଫେରିଥିବା ବେଳେ ଖୁବ୍ ଶୀଘ୍ର ଆଉ ଗୋଟେ ଟିମ୍ କଲିକତା ଯିବେ । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
କୋଭିଡରୁ ଭଲ ହେବା ପରେ ମଧ୍ୟ ଅଧିକାଂଶ ଇକମୋ ମେସିନର ଆବଶ୍ୟକ ପଡୁଛି । ସେଥିପାଇଁ ୯ଟି ମେସିନକୁ ଦୁଇ ଭାଗରେ ବିଭକ୍ତ କରିବୁ । କରୋନାରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ ୟୁନିଟ୍ ଏବଂ କରୋନା ସଂକ୍ରମିତଙ୍କ ପାଇଁ ଛୋଟ ୟୁନିଟ କରାଯିବ ।