କଟକ(ଏଟିଆର ବ୍ୟୁରୋ): ଏଣିକି ମାଗଣାରେ ମିଳିବ ଇକମୋ ଚିକିତ୍ସା । ଆଜି କଟକ ଏସସିବିରେ ଶୁଭାରମ୍ଭ ହେବ ଇକମୋ ୟୁନିଟ୍ । ଏହି ଇକମୋ ଚିକିତ୍ସାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୯ ଟି ଇକମୋ ମେସିନ ପ୍ରସ୍ତୁତ ହୋଇଛି । ଏଥିରେ ୫ ଜଣ ରୋଗୀ ଇକମୋ ନେବା ପାଇଁ ଚିହ୍ନଟ ହୋଇଥିଲେ ମଧ୍ୟ ଆଜି ପ୍ରଥମ ଦିନରେ ୨ଜଣ ରୋଗୀଙ୍କୁ ଏହି ଚିକିତ୍ସା ଯୋଗାଇ ଦିଆଯିବ ଓ ଅନ୍ୟ ୩ ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିକିତ୍ସା ବ୍ୟବସ୍ଥାର ଲୋକାର୍ପଣ କରିସାରିବା ପରେ ରୋଗୀ ସେବା ଆରମ୍ଭ ହେବ । ଏହି ଇକମୋ ଚିକିତ୍ସା ପାଇଁ ୧୯ ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । ପୂର୍ବରୁ ଇକମୋ ଚିକିତ୍ସା ପାଇଁ ରୋଗୀକୁ ରାଜ୍ୟ ବାହାରକୁ ଏୟାର ଆମ୍ବୁଲାନ୍ସରେ ଯିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ବିନା ମୂଲ୍ୟରେ କଟକ ଏସସିବିରେ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା ମିଳିପାରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତାଜଣାଇଛନନ୍ତି ଜନସାଧାରଣ ।