ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର ମାତ୍ରାରେ ରହିଛି । ଏଠାକୁ ବର୍ଷକ ତମାମ ବିଭିନ୍ନ ରାଜ୍ୟ ତଥା ବିଦେଶରୁ ପର୍ଯ୍ୟଟକମାନେ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇଥାନ୍ତି । ଅନ୍ୟପଟେ ରାଜ୍ୟ ସରକାର ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ସହ କିପରି ବିଶ୍ୱ ଦରବାରରେ ଓଡିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବ ସେଥିପାଇଁ ବିଭିନ୍ନ ଆକର୍ଷଣୀୟ ପଦକ୍ଷେପମାନ ଗ୍ରହଣ କରାଯାଉଛି । ତେବେ ଆଜି ଠାରୁ ପର୍ଯ୍ୟଟକମାନେ ବେଳାଭୂମି ନିକଟର ରହିବା ସହ ପ୍ରକୃତିର ମଜା ଉଠାଇ ପାରିବେ । କୋଣାର୍କ – ପୁରୀ ବେଳାଭୂମି ମାର୍ଗସ୍ଥିତ କୁଶଭଦ୍ରା ନଦୀ କୂଳରେ ଆୟୋଜିତ ହେବାକୁ ଯାଉଛି ‘ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ’ ।
ଏଠାରେ ୫୮ଟି ବିଳାଶପୂର୍ଣ୍ଣ ଟେଣ୍ଟ ପ୍ରସ୍ତୁତ କରାଯାଇଛି ଯେଉଁଠି ପର୍ଯ୍ୟଟକମାନେ ରହିବା ସହ ପ୍ରକୃତିର ମଜା ନେବ । ଏହା ପୂର୍ବଭାରତର ପ୍ରଥମ ‘ମେରାଇନ ଡ୍ରଇଭ ଇକୋ ରିଟ୍ରିଟ’ ଯାହା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବ । ପର୍ଯ୍ୟଟକମାନେ ବେଳାଭୂମିରେ ନିକଟରେ ପ୍ରସ୍ତୁତ ହୋଇଥିବା ୫୮ଟି ବିଳାଶପୂର୍ଣ୍ଣ ଟେଣ୍ଟରେ ରହିବା ସହ, ଆଡଭେଞ୍ଚର ସ୍ପୋର୍ଟସ, ୱାଟର ସ୍ପୋର୍ଟସ, ବିଚ ଭଲିବଲ, ଥେରାପ୍ୟୁଟିକ ୱାକ, ବିଚ ସ୍ପା, ସେଲିବ୍ରିଟି ଡିଜେ, ଖ୍ୟାତିନାମା ବ୍ୟାଣ୍ଡ ତାଳେ ତାଳେ ନାଚିବା ଓ ନାମୀ ଦାମୀ ହୋଟେଲର ମନ ପସନ୍ଦର ଖାଦ୍ୟର ମଜା ଉଠାଇପାରିବେ । ଗୁଜୁରାଟର କଚ୍ଛ ରାନ ଉତ୍ସବ ଢାଞ୍ଚାରେ ପ୍ରଥମଥର ପାଇଁ ଆୟୋଜିତ କରାଯାଉଥିବା ଏହି ଉତ୍ସବ ଡିସେମ୍ବର ୧୪ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ । ଆଜିଠାରୁ ଅନୁଷ୍ଠିତ ହେବାକୁଥିବା ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏନେଇ ଶୁକ୍ରବାର ଦିନ ଆୟୋଜିତ ପାନ୍ଥନିବାସରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମୀଳନୀରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି ।
ସଚିବ ଆହୁରୀ ମଧ୍ୟ କହିଛନ୍ତି, ଏହି ୪୯ଦିନିଆ ଉତ୍ସବ ଉଭୟ ସାଧାରଣ ଲୋକ ଏବଂ ଇନହାଉସ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ । ଏବଂ ଏହି ଉତ୍ସବ ପାଇଁ ୪.୮୨ କୋଟି ଟଙ୍କାର ବଜେଟ ଖର୍ଚ୍ଚ କରାଯାଉଛି । ଏହି ଉତ୍ସବକୁ ୩ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ସାଧାରଣ ଲୋକଙ୍କୁ କେବଳ ପବ୍ଲିକ ଏରିୟାକୁ ଛଡାଯିବ । ଅନ୍ୟପଟେ ଯେଉଁମାନେ ଇନହାଉସ ଏରିୟାରେ କଟେଜ ବୁକ କରିଥିବେ କେବଳ ସେମାନେ ରହିପାରିବେ । ପ୍ରତିଦିନ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ହର୍ଷଦୀପ କୌର, ବେନି ଦୟାଲ, ମାମେ ଖାନ, ସଲିମ ସୁଲେମାନ ଓ କ୍ରିଷ୍ଣା ବେଉରା ଭଳି ସଙ୍ଗୀତ କାରମାନେ ଲାଇଭ ମ୍ୟୁଜିକ କରିବେଷଣ କରିବେ । ଏହାକୁ ଦେଖିବା ପାଇଁ ପ୍ରବେଶ ଶୁକ୍ଳ ଅତି କମରେ ୫୦ଟଙ୍କା ରଖାଯାଇଛି । ତେବେ ଯେଉଁମାନେ ପ୍ରକୃତି କୋଳରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ଚାହୁଁଛନ୍ତି ସେମାନେ https://ecoretreat.odishatourism.gov.in/ କିମ୍ବା ecoretreat@panthanivas.com ଜରିଆରେ ବୁକିଂ କରିପାରିବେ ବୋଲି ପର୍ଯ୍ୟଟକ ନିର୍ଦ୍ଦେଶକ ଆର. ଯାଦବ କହିଛନ୍ତି ।