କେନ୍ଦୁଝର ( ଏଟିଆର ବ୍ୟୁରୋ): ସାମାନ୍ୟ ଘରୋଇ କଳହରୁ ବଡଭାଇ କଲା ସାନଭାଇର ହତ୍ୟା । କଥାଟା ଶୁଣିଲେ ଆର୍ଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ରେବଣା ଗ୍ରାମରେ ସାମାନ୍ୟ ଘର ତିଆରି କଥାରେ ଜଣେ ବଡ଼ଭାଇ ତା’ର ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଖବର ମୁତାବକ ବଡ଼ଭାଇ ରେପା ମୁର୍ମୁ (୨୪ବର୍ଷ) ଧାନ କ୍ଷେତକୁ ଜଗିବାକୁ ଯାଉଥିବା ସମୟରେ ସାନଭାଇ କରମା ମୁର୍ମୁ (୧୬ବର୍ଷ) ଘର ତିଆରି କରିବା ପାଇଁ ପଇସା ମାଗିଥିଲା ।
ମାତ୍ର ବଡଭାଇ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚଷା ହୋଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ବଡଭାଇ ରେପା ସେଠାରେ ପଡିଥିବା ଟାଙ୍ଗିଆରେ କରମାଙ୍କୁ ହତ୍ୟା କରିଥିଲେ । ଏନେଇ ପୋଲିସକୁ ଖବର ମଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଡଭାଇକୁ ଗିରଫ କରିବା ସହିତ ମୃତ କରମାର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।