ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ପଶ୍ଚିମବଙ୍ଗ ଓ ଆସାମ ପାଇଁ ବିଧାନସଭା ନିମନ୍ତେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ୟ୍ୟାୟରେ ବେଂଗଲରେ ୩୦ଟି ଆସନରେ ନିର୍ବାଚନ ହେଉଥିବା ବେଳେ ୯୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିର୍ବାଚନରେ ବହୁ ସଂଖ୍ୟକ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ଯୋଗ୍ୟ ବିବେଚିତାମାନଙ୍କୁ ଅଧିକ ସଂଖ୍ୟକ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ।ବାମଦଳ, କଂଗ୍ରେସ ଓ ଆଇଏସଏଫକୁ ନେଇ ଗଠିତ ସଂଯୁକ୍ତ ମେଣ୍ଟ ୩୦ଟି ଆସନରେ ଲଢୁଛି। ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ପୂର୍ବତନ ସାଂସଦ , ତିନି ଜଣ ପୂର୍ବତନ ମନ୍ତ୍ରୀ ପ୍ରତିଦ୍ବନ୍ଦିତା କରୁଛନ୍ତି।
ସେହିପରି ପଶ୍ଚିମବଙ୍ଗରେ ୮ଟି ପର୍ୟ୍ୟାୟରେ ମତଦାନ ହେବାକୁ ଥିବାବେଳେ ଆସାମରେ ୩ଟି ପର୍ୟ୍ୟାୟରେ ମତଦାନ ହେବ। ଏପ୍ରିଲ ୧ ଓ ୬ରେ ଆସାମରେ ଆଉ ୨ଟି ପର୍ୟ୍ୟାୟ ମତଦାନ ହେବାକୁ ସମୟ ଧାର୍ୟ୍ୟ କରାଯାଇଛି। ଏପ୍ରିଲ୍ ୨୯ ସୁଦ୍ଧା ପଶ୍ଚିମବଙ୍ଗର ସମସ୍ତ ପର୍ୟ୍ୟାୟ ମତଦାନ ଶେଷ ହେବ।ସେହିପରି ଆସାମର ୪୭ଟି ଆସନରେ ଆଜି ଭୋଟଗ୍ରହଣ ହେଉଥିବା ବେଳେ ୨୬୪ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଛି।