ଆଠଗଡ( ଏଟିଆର ବ୍ୟୁରୋ): ଆଠଗଡରେ ଜଣେ ମହିଳାଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବଡମ୍ବା ଗମେଇ ଗ୍ରାମର ସ୍ନେହଲତା ନାୟକ ପାଇଖାନା ଚାରିିପଟ ସଫା କରୁଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି । ସ୍ନେହଲତା ଗତକାଲି ନିଜ ପାଇଖାନା ଚାରପଟରେ ବଣ ହୋଇଥିବାରୁ ବଣ ସଫା କରୁଥିଲେ । ଏକ ଦା ସାହାର୍ଯ୍ୟରେ ସେ ଛୋଟ ଛୋଟ ଗଛ ଗୁଡିକ କାଟୁଥିଲେ ।
ଏହି ସମୟରେ ପାଇକାନା ଟୁଲୁ ୁପମ୍ପରେ ତାଙ୍କ ଦା ଲାଗି ଯାଇଥିଲା । ହଠାତ ଦା ଟି ଚାର୍ଜ ହୋଇ ଯାଇଥିଲା । ଯାହା ଫଳରେ ସ୍ନେହଲଳତା ବିଦ୍ୟୁତ ସଂପର୍ଶରେ ଆସି ସଂଜ୍ଞା ହରାଇଥିଲେ । ସ୍ନେହଲତାଙ୍କ ଚିକ୍ରାର ଶୁଣି ପରିବାର ଲୋକେ ସେଠାରୁ ସ୍ନେହଲତାଙ୍କୁ ଉଦ୍ଧାରେ କରି ବଡମ୍ବା ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ଆଠଗଡ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ସ୍ନେହଲତାକୁ ମୃତ୍ୟୁ ଘୋଷଣା କରିଛନ୍ତି । ଦାରେ ବିଦ୍ୟୁତ ତାର କାଟି ଦେବାରୁ ତାଙ୍କୁ କରେଣ୍ଟ ଲାଗିଥିବା ଜଣା ପଡିଛି ।