ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ମାସରେ ଆସିବନି ବିଦ୍ୟୁତ ବିଲ୍ । କୌଣସି କାରଣ ବସତଃ ହୋଇ ପାରୁନାହିଁ ମିଟର ରିଡିଂ । ତେଣୁ ଗତ ତିନି ମାସର ବିଲ୍ ଆଧାରରେ ଉପଭୋକ୍ତାଙ୍କୁ ଅସ୍ଥାୟୀ ବିଲ୍ ଦିଆଯାଉଛି । କିନ୍ତୁ ମାର୍ଚ୍ଚ ମାସଠୁ ପୂର୍ବ ଭଳି ମିଟର ରିଡିଂ କରି ବିଲ ଦିଆଯିବ ବୋଲି ଟିପିସିଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଗ୍ରାହକଙ୍କୁ ଅନଲାଇନରେ କିମ୍ବା ନିକଟସ୍ଥ ଟିପିସିଓଡିଏଲର ଅଫିସରେ ନିଜର ବିଦ୍ୟୁତ୍ ବିଲ୍ ପୈଠ କରିବା ପାଇଁ ଅନୁରୋଧ କରାଯାଇଛି ।
ଅନ୍ୟପଟେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ବିଦ୍ୟୁତ ଶୁଳ୍ପ ହ୍ରାସ କରିଛି । ଘରୋଇ ବର୍ଗରେ ଖୁଚୁରା ଯୋଗାଣ ଶୁକ୍ଳ ପ୍ରତ୍ୟେକ ସ୍ଳାବରେ ୧୦ ପଇସା ହ୍ରାସ କରାଯାଇଛି ।