କଳାହାଣ୍ଡି (ଏଟିଆର ବ୍ୟୁରୋ):ନିଲମ୍ବିତ ହେଲେ କଲାପାର୍ଟ ପ୍ରାଣୀଧନ ନୀରକ୍ଷକ ଅଧିକାରୀ । ହାତୀ ମୃତ୍ୟୁ ଘଟଣା କାର୍ଯ୍ୟରେ କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବିତ ହେଲେ କାଲାପାର୍ଟ ଅଧିକାରୀ । ଗୃହ ପାଳିତ ପଶୁଙ୍କୁ ଟିକାକରଣ କାର୍ଯ୍ୟରେ ଅବହେଳା ନେଇ ତାଙ୍କୁ ନିଲମ୍ବିତ କରାଯାଇଛି ।
ସୂଚନାନୁସାରେ କର୍ଲାପାଟ ଅଭୟାରଣ୍ୟରେ ୨୦ ଦିନ ମଧ୍ୟରେ ୭ ଟି ହାତୀଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି । ହାତୀ ମୃତ୍ୟୁର କାରଣ ଅନୁଧ୍ୟାନ କରିବା ପାଇଁ ଯାଇଛନ୍ତି ୩ ଜଣିଆ ଟିମ । ଏହି ଟିମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି ପଦର , ଜାଖମ , ଘୁଷୁରୀ ଭଳି ବିଭିନ୍ନ ଗାଁ କୁ ଯାଇ ତଦନ୍ତ କରିଛନ୍ତି ।
ତେବେ ହାତୀର ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଛି । ତେବେ ହାତୀଙ୍କୁ ଏହି ରୋଗ କିପରି ସଂକ୍ରମିତ ହେଲା ଏ ନେଇ ଅନୁଧ୍ୟାନ ଜାରି ରହିଛି ।କର୍ଲାପାଟ ଅଭୟାରଣ୍ୟରେ ପୂର୍ବରୁ ୧୭ଟି ହାତୀ ଠାବ ହୋଇଥିଲା । ଏହି ହାତୀମାନେ ୨ଟି ଗୋଷ୍ଠୀରେ ରହୁଥିଲେ । ଗୋଟିଏ ଗୋଠରେ ୮ଟି ଓ ଅନ୍ୟ ଗୋଠରେ ୯ଟି ହାତୀ ରହୁଥିଲେ । ୮ଟି ଗୋଠ ମଧ୍ୟରୁ ୭ଟି ହାତୀଙ୍କ ମୃତ୍ୟୁ ହୋଇଛି ।