ଢେଙ୍କାନାଳ (ଏଟିଆର ବ୍ୟୁରୋ): ଅଚାନକ୍ ଜଙ୍ଗଲ ନିକଟସ୍ଥ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ଖସିପଡିଛି ଛୁଆ ଦନ୍ତା ହାତୀ । କୂଅରେ ପାଣି ଅଧିକ ନଥିଲେ ମଧ୍ୟ ପାଣିରୁ ବାହାରିବା ପାଇଁ ହାତୀଟି ଚେଷ୍ଟା ଚଲାଇଛି । ହାତୀର ଗର୍ଜନରେ ଫାଟିପଡୁଛି ପୁରା ଅଞ୍ଚଳ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ମାଧୀପୁର ଗାଁ ନିକଟରେ ଦେଖିବାକୁ ମିଳିଛି ।
ଏନେଇ ବନ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯିବା ସତ୍ୱେ ମଧ୍ୟ ସେମାନେ ଘଟଣାସ୍ଥଳରେ ପହଁଚି ନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ହାତୀକୁ ବାହାରକୁ ବାହାର କରିବା ଲାଗି ସମସ୍ତେ ଏବେ ଚିନ୍ତାରେ ପଡିଯାଇଛନ୍ତି । ହାତୀଟିର ବୟସ ପ୍ରାୟତଃ ୬ ରୁ ୭ ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଉଛି ।