ଯାଜପୁର(ଏଟିଆର ବ୍ୟୁରୋ): ଗତ କିଛି ଦିନ ହେବ ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରି ଥିଲା ଏକ ଦନ୍ତା ହାତୀ । ଏହି ଦନ୍ତା ହାତୀ ଆତଙ୍କ ସୃଷ୍ଟି କରିବା ସହ ୪ ଜଣଙ୍କୁ ମାରି ଦେଇଥିଲା । ଏହି ଦନ୍ତା ହାତୀ ଯାଜପୁର ଜିଲ୍ଲା ଦାନଗଦି ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ଦନ୍ତା ହାତୀ ଭୟରେ ଲୋକ ମାନେ ଘରୁ ବାହାରିବାକୁ ଡରୁ ଥିଲେ । ତେବେ ଗତ କାଲି ଦନ୍ତା ହାଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିବା ସହ ପୋଲିସ କର୍ମଚାରୀ ମାନଙ୍କୁ ଅଟକାଇ ଥିଲେ ।
ସୂଚନା ଅନୁସାରେ ଏହି ଦନ୍ତା ହାତୀକୁ ଧରିବା ପାଇଁ ଗତକାଲି ରାତିରେ ବନ ବିଭାଗ ଦାନଗଦି ବକ୍ଲ କଣ୍ଟିପୁର ଜଙ୍ଗଲରେ ଜଗି ରହିଥିଲା । ବହୁ ପରିଶ୍ରମ ପରେ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରି ହାତୀକୁ କାବୁ କରିବାରେ ସଫଳ ହୋଇଥିଲା । ଆଜି ହାତୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ କଡା ସୁରକ୍ଷାରେ କଟକ ଡାଲିଯୋଡା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଛି । ଅନ୍ୟପଟେ ହାତୀକୁ କାବୁ କରିବା ପରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇଥିବାର ଜଣାପଡିଛି । ଏହା ସହ ସ୍ଥାନୀୟ ଲୋକ ମାନଙ୍କୁ ଦନ୍ତା ଭୟରୁ ଆଶ୍ୱସ୍ତି ମିଳିଛି ।